ମନୁଷ୍ୟଙ୍କ ପୂର୍ବଜ ବୋଷ୍ଟଓ୍ବାନା ବାସିନ୍ଦା: ଜଳବାୟୁ ପରିବର୍ତ୍ତନ ଯୋଗୁ ଏକ ଲକ୍ଷ ବର୍ଷ ତଳେ ହୋଇଥିଲେ ବିସ୍ଥାପିତ

ଗ୍ରେବୋନ୍‌,୩୧।୧୦: ମନୁଷ୍ୟଙ୍କ ପୂର୍ବଜ ଦକ୍ଷିଣ ଆଫ୍ରିକାର ବୋଷ୍ଟଓ୍ବାନା ବାସିନ୍ଦା ଥିଲେ। ତେବେ ଜଳବାୟୁ ପରିବର୍ତ୍ତନ ଯୋଗୁ ଏକ ଲକ୍ଷ ବର୍ଷ ତଳେ ସେମାନେ ବିସ୍ଥାପିତ ହୋଇଥିଲେ। ଏନେଇ ନେଚର ପ୍ରତିକାରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଆଜିକୁ ପ୍ରାୟ ୨ ଲକ୍ଷ ବର୍ଷ ତଳେ ଆଧୁନିକ ମନୁଷ୍ୟର ପୂର୍ବଜ ଜନ୍ମ ହୋଇଥିଲେ। ଏନେଇ ଗବେଷକ ଆଫ୍ରିକାର ବିଭିନ୍ନ ଅଞ୍ଚଳରେ ବାସ କରୁଥିବା ୧୨ ଶହ ଭିନ୍ନ ଭିନ୍ନ ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରି ଏହାର ମାଇଟୋକୋଣ୍ଡ୍ରିଅଲ ଡିଏନ୍‌ଏ ସରଞ୍ଚନାର ବିଶ୍ଳେଷଣ କରି ଏହା ଜାଣିପାରିଥିବା ରିପୋର୍ଟରେ ଦର୍ଶାଯାଇଛି। ମନୁଷ୍ୟର ପୂର୍ବଜ ଏକ ଲକ୍ଷ ୩୦ ହଜାର ବର୍ଷ ତଳେ ପୃଥିବୀର ଉତ୍ତରପୂର୍ବ ଅଞ୍ଚଳକୁ ବିସ୍ଥାପିତ ହୋଇଥିଲେ। ସେହିପରି ଏକ ଲକ୍ଷ ୧୦ ହଜାର ବର୍ଷ ତଳେ ଦକ୍ଷିଣ ପଶ୍ଚିମ ଅଞ୍ଚଳକୁ ବିଭିନ୍ନ କାରଣରୁ ସ୍ଥାନାନ୍ତର ହୋଇଥିବା ରିପୋର୍ଟରେ କୁହାଯାଇଛି।

Share