ମନମୋହିଲା ପ୍ରଭୁଙ୍କ ଫାଷ୍ଟ ଲୁକ୍‌

ମୁମ୍ବାଇ: ସାଉଥ୍‌ ସହ ହିନ୍ଦୀ ଫିଲ୍ମରେ ପ୍ରଭୁଦେବାଙ୍କ ବହୁ ନାଁ ରହିଛି। ଡ୍ୟାନ୍ସରୁ କ୍ୟାରିୟର ଆରମ୍ଭ କରିଥିବା ପ୍ରଭୁ ସମୟକ୍ରମେ ଅଭିନୟ ଓ ନିର୍ଦ୍ଦେଶନାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଇତିମଧ୍ୟରେ ପ୍ରଭୁଦେବାଙ୍କ ଆଉ ଏକ ସାଉଥ ଫିଲ୍ମ ‘ବଘୀରା’ ପରଦାକୁ ଆସିବାକୁ ଯାଉଛି। ଶନିବାର ଏହି ଫିଲ୍ମର ଏକ ପୋଷ୍ଟର ଜାରି କରାଯାଇଛି। ଏହି ପୋଷ୍ଟରରେ ଫିଲ୍ମରେ ପ୍ରଭୁଙ୍କ ଫାଷ୍ଟ ଲୁକ୍‌କୁ ଦେଖିବାକୁ ମିଳିଛି। ଏଥିରେ ତାଙ୍କ ଲୁକ୍‌ ଭୟଙ୍କର ଦେଖାଯାଉଥିବା ବେଳେ ଫ୍ୟାନ୍‌ମାନେ ବେଶ୍‌ ପସନ୍ଦ କରିଛନ୍ତି। ଏଥିରେ ତାଙ୍କର ଚରିତ୍ର ସବୁଠାରୁ ଭିନ୍ନ ରହିଥିବା ବେଳେ ଏହା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜିଂ ପାଲଟିଛି। ଅଧିକ ରବିଚନ୍ଦ୍ରନଙ୍କ ନିର୍ଦ୍ଦେଶିତ ମିଷ୍ଟ୍ରି ଓ ଥ୍ରିଲର ଫିଲ୍ମ ‘ବଘୀରା’ ହେଉଛି ପ୍ରଭୁଙ୍କ ୫୫ତମ ଫିଲ୍ମ। ଏହି ଫିଲ୍ମ ତିଆରି କରିବା ପାଇଁ ଜଙ୍ଗଲ ବୁକ୍‌ରୁ ପ୍ରେରଣା ମିଳିଥିଲା ବୋଲି ନିର୍ଦ୍ଦେଶକ କହିଛନ୍ତି। ତେବେ ଏହାର ୭୦ ପ୍ରତିଶତ ଶୁଟିଂ ସରିଛି ଏବଂ ପରବର୍ତ୍ତୀ ଶୁଟିଂ ଗୋଆ ଓ ଶ୍ରୀଲଙ୍କାରେ ହେବ ବୋଲି ସୂଚନା ରହିଛି।

Share