Categories: ଅନୁଗୋଳ

ମନମୋହିଲା ପାଇକ ସମରକଳା

କଣିହଁ।, ୮।୧୦(ଡି.ଏନ.ଏ.)-କଣିହଁ। ବ୍ଲକର ବିଭିନ୍ନ ଗ୍ରାମରେ ମଙ୍ଗଳବାର ବିଜୟାଦଶମୀ ଓ ଦଶହରା ଉତ୍ସବ ଧୂମ୍‌ଧାମରେ ପାଳିତ ହୋଇଯାଇଛି। ବଜ୍ରକୋଟ ଗ୍ରାମରେ ଦେବୋତ୍ତର କମିଟି ସଭାପତି ଫକୀରମୋହନ ସାମଲ ପାଇକକଳା ପ୍ରଦର୍ଶନ କରି ସମସ୍ତଙ୍କ ମନୋରଞ୍ଜନ କରିଥିଲେ। ସେହିପରି ଜମାନିଅଁ।, ସାନକାକୁଡ଼ିଆ, କୁଲୁଇ ଗ୍ରାମରେ ପାଇକମାନେ ଶୋଭାଯାତ୍ରାରେ ଆସି ସମରକଳା ପ୍ରଦର୍ଶନ କରିଥିଲେ। କମିଟି ତରଫରୁ ଖେଳକୁଦ ଓ ଲୋକକଳା ପ୍ରତିଯୋଗିତା କରାଯାଇ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସନ୍ଧ୍ୟାରେ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦଶହରା ପାଇଁ ବିଭିନ୍ନ ଦେବୀପୀଠରେ ପ୍ରବଳ ଜନସମାଗମ ହୋଇଥିଲା।