Categories: ଜାତୀୟ

ମନମୋହନ ସିଂହଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୬।୯: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଗୁରୁବାର ୮୭ ବର୍ଷ ବୟସରେ ପାଦ ଥାପିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନର କାମନା କରିଛନ୍ତି। ସୂଚନାଯୋଗ୍ୟ, ୧୯୩୨ ସେପ୍ଟେମ୍ବର ୨୬ରେ ପଞ୍ଜାବର ଏକ ଗଁାରେ ମନମୋହନ ସିଂହ ଜନ୍ମଗ୍ରହଣ କରିଥିଲେ। ୨୦୦୪ରେ ସେ ପ୍ରଥମ ଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ଏବେ ରାଜସ୍ଥାନରୁ ରାଜ୍ୟସଭାର ସଦସ୍ୟ ରହିଛନ୍ତି।

Share