ମନଛୁଆଁ ବାର୍ତ୍ତା ସହ ସାନ ଭଉଣୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନାୟିକା ଶ୍ରୀଦେବୀଙ୍କର ବି ଟାଉନରେ ରହିଛି ଏକ ଭିନ୍ନ ପରିଚୟ। ଆଜିବି ଦର୍ଶକେ ତାଙ୍କୁ ଭୁଲି ପାରି ନାହାଁନ୍ତି। ଏବେ ତାଙ୍କ ଝିଅ ଜାହ୍ନବୀ କପୁର ବି ଦର୍ଶକଙ୍କର ବେଶ୍‌ ପସନ୍ଦ ଆସିଛନ୍ତି। ତାଙ୍କ ସାନ ଝିଅ ଖୁସି ମଙ୍ଗଳବାର ୧୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ବଡ ଭଉଣୀ ଜାହ୍ନବୀ ତାଙ୍କୁ ଭିନ୍ନ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆରେ ସେ ଖୁସିଙ୍କର କିଛି ଅନ ସିନ୍‌ ଫଟୋ ଶେୟାର କରିଛନ୍ତି। ଆଉ ଏକ ଭାବପୂର୍ଣ୍ଣ ବାର୍ତ୍ତାରେ ଜାହ୍ନବୀ ଲେଖିଛନ୍ତି, ଖୁସିଙ୍କ ପାଇଁ ସେ ଗର୍ବ କରନ୍ତି, କାରଣ ସେ ହେଉଛନ୍ତି ତାଙ୍କ ଲାଇଫ୍‌ ଲାଇନ୍‌, ହାପି ବାର୍ଥ ଡେ, ଆଇ ମିସ୍‌ ୟୁ। ଏହାସହ ଏକ ଭିଡିଓ ମଧ୍ୟ ଶେୟାର ସେ କରିଛନ୍ତି। ଯେଉଁଥିରେ ସେ ହାପି ବାର୍ଥଡେ ସଙ୍ଗ ଗାଉଥିବା ଦେଖାଯାଇଛି। ସୂଚନା ଅନୁଯାୟୀ, ଖୁସି ଏବେ ନ୍ୟୁୟର୍କ ଫିଲ୍ମ ଏକାଡେମୀରେ ପାଠ ପଢୁଛନ୍ତି। ଏହାପରେ ସେ ମୁମ୍ବାଇ ଫେରି ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିବେ ବୋଲି ଶୁଣାଯାଏ। ଏପଟେ ଜାହ୍ନବୀ ତାଙ୍କ ଶୁଟିଂରେ ବ୍ୟସ୍ତ ଅଛନ୍ତି।

Share