ମନକଥା କହିଲେ ସମନ୍ଥା, ବିବାହ ପରେ କମିଛି ଫିଲ୍ମରେ କାମ କରିବା ସୁଯୋଗ

ମୁମ୍ବାଇ: ବିବାହ ପରେ ଅଭିନେତାମାନଙ୍କ ପାଇଁ କିଛି ବି ବଦଳି ନ ଥିଲେ ହେଁ ଅଭିନେତ୍ରୀଙ୍କ କ୍ଷେତ୍ରରେ ଅନେକ କିଛି ବଦଳିଯାଇଥାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ଫିଲ୍ମରେ କାମ କରିବାର ସୁଯୋଗ। ଅବିବାହିତ ଅଭିନେତ୍ରୀମାନେ ଥରେ ପରଦାରେ ହିଟ୍‌ ହେବା ପରେ ଗୋଟିଏ ପରେ ଗୋଟିଏ ଫିଲ୍ମର ଅଫର୍‌ ସେମାନଙ୍କୁ ମିଳିଥାଏ। ହେଲେ ବିବାହ ପରେ ସେମାନେ କରୁଥିବା ଫିଲ୍ମ ଯେତେ ହିଟ୍‌ ହେଲେ ବି ସୁଯୋଗ ମିଳିବା କମ୍‌ ହୋଇଯାଇଥାଏ। ଏଭଳି କିଛି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦକ୍ଷିଣ ଭାରତୀୟ ଫିଲ୍ମ ଅଭିନେତ୍ରୀ ସମନ୍ଥା।

୨୦୧୭ରେ ସମନ୍ଥା ଅଭିନେତା ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ। ସେବେଠାରୁ ସମନ୍ଥାଙ୍କୁ ଫିଲ୍ମରେ କାମ କରିବାର ଅଫର୍‌ କମ୍‌ ମିଳୁଛି। ଏ ନେଇ ସେ ନିକଟରେ ଖୁଲାସା କରିଛନ୍ତି। ବିବାହ ପୂର୍ବରୁ ତାଙ୍କୁ ଯେତିକି ଅଫର୍‌ ମିଳୁଥିବା ତାହା ଏବେ ମିଳୁନାହିଁ। ବିବାହ ପରେ ସମନ୍ଥା ଅଭିନୀତ ଚଳଚ୍ଚିତ୍ର ରଙ୍ଗସ୍ଥଳମ୍‌, ମହାନତୀ ଭଳି ଅନେକ ଫିଲ୍ମ ହିଟ୍‌ ହୋଇଛି। ମାତ୍ର ଏଗୁଡ଼ିକ ସେ ବିବାହ ପୂର୍ବରୁ ସାଇନ୍‌ କରିଥିଲେ। ତେଣୁ ଏଗୁଡ଼ିକ ବିବାହ ପରେ ହିଟ୍‌ ହୋଇଛି ବୋଲି କହିଲେ ଭୁଲ ହେବ ବୋଲି ସେ କହିଛନ୍ତି।

Share