Categories: ଜାତୀୟ

ମଧ୍ୟ ପ୍ରଦେଶ କଂଗ୍ରେସରେ ଫାଟ: ଜ୍ୟୋତିରାଦିତ୍ୟଙ୍କ ପାଇଁ ଦଳ ଛାଡି ପାରନ୍ତି ୫ଶହ କର୍ମୀ

ଭୋପାଳ,୩୦।୮:  ମଧ୍ୟ ପ୍ରଦେଶରେ କଂଗ୍ରେସ ଦଳର ଅଧ୍ୟକ୍ଷ ପଦକୁ ନେଇ ଚାଲିଛି ଟଣା ଓଟରା। ଏହି ପଦରେ ଜଣେ ଆଦିବାସୀ ନେତାଙ୍କୁ ଚୟନ କରିବାକୁ କେତେଜଣ ନେତା ପ୍ରସ୍ତାବ ଦେଇଥିବା ବେଳେ ଆଉ କେତେଜଣ ମୁଖ୍ୟମନ୍ତ୍ରୀ କମଲନାଥ, ପୂର୍ବତନ ଏମ୍‌ପି ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂଙ୍କ ନାଁ ଉଠାଇଛନ୍ତି। ଆଉ ଇତିମଧ୍ୟରେ ଏସବୁକୁ ଦେଖି ଜଣେ ନେତା କହିଛନ୍ତି, ଯଦି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଅଧ୍ୟକ୍ଷ ପଦ ନ ମିଳେ ତେବେ ସେ ପ୍ରାୟ ୫ଶହ କର୍ମୀଙ୍କୁ ନେଇ କଂଗ୍ରେସରୁ ଇସ୍ତଫା ଦେବାକୁ ଧମକ ଦେଇଥିବା ସୂଚନା ମିଳିଛି। ମଧ୍ୟ ପ୍ରଦେଶ ଦତିଆର କଂଗ୍ରେସ ନେତା ଆଶୋକ ଦାନି ଏକ ପ୍ରେସ୍‌ ନୋଟ୍‌ ଜାରି କରି ଏହି ଧମକ ଦେଇଛନ୍ତି। ଅନ୍ୟପଟେ ସିନ୍ଧିଆ ଅଧ୍ୟକ୍ଷ ପଦକୁ ନେଇ ଚେତାବନୀ ଦେଇଥିବା ଓ ଭାଜପା ନେତାଙ୍କ ସହ ସମ୍ପର୍କରେ ରହିଥିବା ଚାପା ଗୁଞ୍ଜରଣ ହେଉଥିବା ବେଳେ ଯଦି ତାଙ୍କୁ ଅଧ୍ୟକ୍ଷ ପଦ ନ ମିଳେ ତେବେ ମଧ୍ୟ ପ୍ରଦେଶ କଂଗ୍ରେସରେ କିଛି ବଡ ଧରଣର ପରିବର୍ତ୍ତନ ହୋଇପାରେ ବୋଲି ଅନୁମାନ କରାଯାଉଛି।

Share