Categories: ଜାତୀୟ

ମଧ୍ୟାହ୍ନ ଭୋଜନ: ୮୧ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବଣ୍ଟାଗଲା ମାତ୍ର ୧ ଲିଟର କ୍ଷୀର

ସୋନଭଦ୍ର,୨୯।୧୧: ଉତ୍ତର ପ୍ରଦେଶ ସୋନଭଦ୍ରର ଏକ ପ୍ରାଇମେରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ଚକିତ ଘଟଣା ଘଟିଛି। ସ୍କୁଲରେ ୮୧ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବଣ୍ଟାଯାଇଛି ମାତ୍ର ୧ ଲିଟର କ୍ଷୀର। କ୍ଷୀରରେ ପାଣି ମିଶାଯାଇ ପିଲାଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି। ଏଭଳି ଖବର ଆସିବା ପରେ ପ୍ରଶାସନ ଯାଞ୍ଚ୍‌ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଥମିକ ତଦନ୍ତରେ ସ୍କୁଲରେ ଜଣେ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ମଧ୍ୟାହ୍ନ ଭୋଜନ ପାଇଁ ନିର୍ଦ୍ଧାରିତ ନିୟମ ଅନୁଯାୟୀ, ପ୍ରତି ଛାତ୍ରୀଛାତ୍ରଙ୍କୁ ୧୫୦ ମିଲି କ୍ଷୀର ମିଳିବା କଥା। କିନ୍ତୁ ପିଲାଙ୍କୁ ପାଣି ମିଶା କ୍ଷୀର ଦିଆଯାଉଛି। ପୂର୍ବରୁ ମଧ୍ୟ ଅନେକ ସ୍ଥାନରେ ପିଲାଙ୍କୁ ରୁଟି ଲୁଣ ସହ ଖାଇବାକୁ ଦିଆଯାଉଛି ବୋଲି ଅଭିଯୋଗ ଆସିଛି।

Share