Categories: ଜାତୀୟ

ମଧ୍ୟାହ୍ନ ଭୋଜନ ସହ ଯୋଡିହେବ ସକାଳ ଜଳଖିଆ: ଏବେ ପ୍ରଶ୍ନ ପାଠପଢା ହେବ କେତେବେଳେ

ନୂଆଦିଲ୍ଲୀ,୮।୧୦: ସବୁ ପିଲାଙ୍କୁ ଶିକ୍ଷା ସହ ଯୋଡିବାକୁ ଆରମ୍ଭ ହୋଇଥିଲା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ। ଏବେ ଏଥିରେ ସକାଳର ଜଳଖିଆ ସାମିଲ ହେବ ବୋଲି ଜଣାପଡିଛି। ତେବେ ଏହାକୁ ନେଇ କିଛି ରାଜ୍ୟ ପ୍ରଶ୍ନ ଉଠାଇଛନ୍ତି। ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନର ଶିକ୍ଷାମନ୍ତ୍ରୀମାନେ ଏହାକୁ ବିରୋଧ କରିବା ସହ ମେଘାଳୟ ଶିକ୍ଷାମନ୍ତ୍ରୀ କହିଛନ୍ତି ଯଦି ମଧ୍ୟାହ୍ନ ଭୋଜନ ସହ ସକାଳର ଜଳଖିଆ ବ୍ୟବସ୍ଥା କରାଯାଏ ତେବେ ପିଲାମାନେ ପାଠ ପଢିବେ କେତେବେଳେ?

Share