ମଧ୍ୟାହ୍ନଭୋଜନ ଅନିୟମିତତା ଅଭିଯୋଗ: ଦୋଷ ଲୁଚାଇବାକୁ ଖବରଦାତାଙ୍କୁ ଲାଞ୍ଚ ଯାଚିଲେ ଶିକ୍ଷକ

ପଟ୍ଟାମୁଣ୍ଡାଇ,୧।୧୦(ସ୍ବ.ପ୍ର): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଦୋସିଆ ୟୁଜି ୟୁପି ସ୍କୁଲରେ ମଧ୍ୟାହ୍ନ ଭୋଜନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇ ଆସୁଥିଲା। ତଥ୍ୟ ସଂଗ୍ରହ ଲାଗି ମଙ୍ଗଳବାର ଜଣେ ଖବରଦାତା ଉକ୍ତ ବିଦ୍ୟାଳୟରେ ପହଞ୍ଚିଥିଲେ। ମାତ୍ର ନିଜର ଦୋଷ ଦୁର୍ବଳତା ଘୋଡାଇବାକୁ ଯାଇ ଶିକ୍ଷକ ତାଙ୍କୁ ଲାଞ୍ଚ ଯାଚିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ନେଇ ଗ୍ରାମବାସୀ ଓ ଅଭିଭାବକ ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।