Categories: ଜାତୀୟ

ମଧ୍ୟାହ୍ନଭୋଜନରେ ମୂଷା

ଲକ୍ଷ୍ନୌ, ୪ା୧୨: ଉତ୍ତରପ୍ରଦେଶର ମୁଜାଫରନଗରସ୍ଥିତ ଏକ ସ୍କୁଲର ମଧ୍ୟାହ୍ନ-ଭୋଜନରେ ମଲାମୂଷା ଦେଖିବାକୁ ମିଳିଛି। ମଧ୍ୟାହ୍ନଭୋଜନ ଖାଇଥିବା ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରୁ ୯ ଜଣଙ୍କ ବାନ୍ତି ହେବାରୁ ସେମାନଙ୍କୁ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଖାଦ୍ୟ ଯୋଗାଇଥିବା ଏନ୍‌ଜିଓ ବିରୋଧରେ ଜିଲା ଅଧିକାରୀ ମାମଲା ରୁଜୁ କରିଥିବାବେଳେ ପରଷିବା ପୂର୍ବରୁ ଖାଦ୍ୟକୁ ଯାଞ୍ଚକରା ନ ଯିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜନ କଲ୍ୟାଣ ସଂସ୍ଥା ନାମକ ଏକ ଏନ୍‌ଜିଓ ଏହି ଖାଦ୍ୟ ଯୋଗାଇଥାଏ। ମଙ୍ଗଳବାର ଏହାକୁ ପରଷିବା ପରେ ପ୍ରଥମ ବ୍ୟାଚ୍‌ରେ ମଲାମୂଷା ବାହାରିଥିଲା। ପରେ ଜିଲାପାଳ ସିଲ୍‌ଭା କୁମାରୀ, ଏଡିଏମ୍‌ ଅମିତ୍‌ ସିଂ, ମୁଖ୍ୟ ମେଡିକାଲ ଅଫିସର ପ୍ରମୁଖ ସେଠାକୁ ଯାଇ ଅସୁସ୍ଥଙ୍କୁ ଡାକ୍ତରଖାନା ନେଇଥିଲେ। ଗଣଶିକ୍ଷାମନ୍ତ୍ରୀ ଏନେଇ ଏନ୍‌ଜିଓକୁ କଳା ତାଲିକାଭୁକ୍ତ କରିବା ସହ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି।

Share