ମଧ୍ୟାହ୍ନଭୋଜନରୁ ବାହାରିଲା କାଚଗୁଣ୍ଡ, ଗୋଡ଼ି

ରାଇରଙ୍ଗପୁର, ୧ା୩(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସହରାଞ୍ଚଳ ପୁରୁଣାଘାଟି ବସ୍ତି ଅଞ୍ଚଳସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଯୋଗାଇ ଦିଆଯାଉଥିବା ମଧ୍ୟାହ୍ନଭୋଜନରୁ କାଚଗୁଣ୍ଡ, ଗୋଡି ସମେତ ଅପରିଷ୍କାର ସାମଗ୍ରୀ ବାହାରିବା ପରେ ଅସନ୍ତୋଷ ଦେଖାଦେଇଛି। ଚାଉଳକୁ ସମ୍ପୃକ୍ତ ରୋଷେୟା ଭଲ ଭାବେ ନ ଧୋଇ ରୋଷେଇ କରୁଥିବା ଅଭିଭାବକମାନେ ଅଭିଯୋଗରେ ଦର୍ଶାଇଛନ୍ତି। ଏହାର ପ୍ରତିବାଦ କରି ଶନିବାର ପୂର୍ବାହ୍ନ ୧୧ଟାରେ ଛାତ୍ରୀଛାତ୍ର ଓ ଅଭିଭାବକମାନେ ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣା ଦେଇଥିଲେ। ସହକାରୀ ଜିଲାପାଳ ଧର୍ମେନ୍ଦ୍ର ଶତପଥୀ, ରାଇରଙ୍ଗପୁର ବ୍ଲକ ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ ପ୍ରମୁଖ ଧାରଣାକାରୀ ଛାତ୍ରୀଛାତ୍ର ଏବଂ ତାଙ୍କର ଅଭିଭାବକମାନଙ୍କ ସହ ଆଲୋଚନା କରି ଆସନ୍ତା ସୋମବାର ଏହାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରୀଛାତ୍ର ଧାରଣାରୁ ହଟିଥିଲେ।