ମଧ୍ୟସ୍ଥତା ଲାଗି ମନାକଲା ରୁଷିଆ

ମସ୍କୋ,୨୪ା୬(ପି.ଟି.): ଗଲଓ୍ବାନ ଉପତ୍ୟକାରେ ଭାରତ-ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଲାଗିରହିଥିବା ଉତ୍ତେଜନା ପରିପ୍ରେକ୍ଷୀରେ ମଧ୍ୟସ୍ଥତା କରିବାକୁ ରୁଷିଆ ମନାକରିଦେଇଛି। ଦୁଇଦେଶ ସେମାନଙ୍କ ବିବାଦର ସମାଧାନ ପାଇଁ ମସ୍କୋଠାରୁ କୌଣସି ପ୍ରକାର ସହାୟତା ଚାହୁଁ ନାହାନ୍ତି ବୋଲି ମଙ୍ଗଳବାର ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେର୍ଗେୟ ଲାଭ୍‌ରୋଭ୍‌ କହିଛନ୍ତି।
ଭାରତ, ଚାଇନା ଓ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ମଧ୍ୟରେ ଏକ ଭର୍ଚୁଆଲ କନ୍‌ଫରେନ୍ସ ହୋଇଛି। ଏଥିରେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ଚାଇନା ପ୍ରତିପକ୍ଷ ଓ୍ବାଙ୍ଗ୍‌ ୟିଙ୍କ ସମେତ ରୁଷିଆ ପକ୍ଷରୁ ଲାଭ୍‌ରୋଭ ପ୍ରତିନିଧିତ୍ୱ କରିଥିଲେ। ସୀମା ବିବାଦକୁ ନେଇ ଉଭୟ ପକ୍ଷ ସାମରିକ ଓ ବହିର୍ବ୍ୟାପାର ମନ୍ତ୍ରୀ ସ୍ତରରେ ପରସ୍ପର ସହ ଆଲୋଚନା କରିଛନ୍ତି। ଏହା ଜାରି ରହିବା ଉଚିତ ବୋଲି ସେ କହିଛନ୍ତି।

Share