Posted inଜାତୀୟ

ମଧ୍ୟସ୍ଥତାରେ ସମାଧାନ ସମ୍ଭବ ନ ହେଲେ:୨୫ରୁ ଅଯୋଧ୍ୟା ଶୁଣାଣି

ନୂଆଦିଲ୍ଲୀ,୧୨।୭(ପି.ଟି.):ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାର ଆପୋସ ସମାଧାନ ପାଇଁ ଗଠିତ ମଧ୍ୟସ୍ଥ କମିଟି ଆସନ୍ତା ୧୮ ତାରିଖରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବା ପରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବେ। ଯଦି ଉକ୍ତ ମାମଲାରେ ଅଧିକ କିଛି ଭୂମିକା ନାହିଁ ବୋଲି ମଧ୍ୟସ୍ଥ କମିଟି ଅନୁଭବ କରେ ତେବେ ୨୫ରୁ ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାର ଶୁଣାଣି କରିବେ।
ଅଗଷ୍ଟ ୧୫ ସୁଦ୍ଧା ସମାଧାନ ପନ୍ଥା ବାହାର କରିବା ଲାଗି ସୁପ୍ରିମକୋର୍ଟ ଗତ ମେ ୧୦ରେ ମଧ୍ୟସ୍ଥ କମିଟିକୁ ସମୟ ଦେଇଥିଲେ। ଏବେ ଉକ୍ତ କମିଟିର ଅଧ୍ୟକ୍ଷଙ୍କୁ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ରିପୋର୍ଟ ମିଳିବାର ପରବର୍ତ୍ତୀ ସପ୍ତାହରେ ଅଦାଲତ ଏହା ଉପରେ ନିଷ୍ପତ୍ତି ନେବେ। ଯଦି ମଧ୍ୟସ୍ଥତା ମାଧ୍ୟମରେ ସମାଧାନ ସମ୍ଭବ ନୁହେଁ ବୋଲି କମିଟି ଅନୁଭବ କରନ୍ତି ତେବେ ଜୁଲାଇ ୨୫ରୁ ମାମଲାର ନିୟମିତ ଶୁଣାଣି ଆରମ୍ଭ ହେବ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଗୁରୁବାର କହିଛନ୍ତି। ଖଣ୍ଡପୀଠରେ ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ, ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍‌.ଏ. ନାଜିର ରହିଛନ୍ତି। ଦୀର୍ଘ ଦଶନ୍ଧି ଧରି ଅଯୋଧ୍ୟା ବିବାଦ ମାମଲା ଅଦାଲତର ବିଚାରାଧୀନ ରହିଥିବାରୁ ବୁଝାମଣା ମାଧ୍ୟମରେ ଏହାର ଶୀଘ୍ର ସମାଧାନ ଲାଗି ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ୩ ଜଣିଆ ମଧ୍ୟସ୍ଥ କମିଟି ଗଠନ ହୋଇଥିଲା। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଏଫ୍‌.ଏମ୍‌.ଆଇ. କଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଗଠିତ ମଧ୍ୟସ୍ଥ କମିଟିରେ ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର ଏବଂ ଆଇନଜୀବୀ ଶ୍ରୀରାମ ପଞ୍ଚୁ ସଦସ୍ୟ ଅଛନ୍ତି। ୧୮ ତାରିଖରେ ଜଷ୍ଟିସ କଲିଫୁଲ୍ଲା ତାଙ୍କ ରିପୋର୍ଟ ଦାଖଲ କରିବା ପରେ ଖଣ୍ଡପୀଠ ପରବର୍ତ୍ତୀ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି।
ଅଯୋଧ୍ୟାରେ ଷୋଡ଼ଶ ଶତାବ୍ଦୀରେ ବାବ୍ରୀ ମସ୍‌ଜିଦ ନିର୍ମାଣକୁ ନେଇ ବିବାଦ ଲାଗି ରହିଛି। ଭଗବାନ ରାମଙ୍କ ଜନ୍ମସ୍ଥାନରେ ଥିତ୍ବା ପୁରାତନ ମନ୍ଦିରର ଭଗ୍ନାବଶେଷ ଉପରେ ଉକ୍ତ ମସ୍‌ଜିଦ ନିର୍ମାଣ କରାଯାଇଥିବା ହିନ୍ଦୁ ସଂଗଠନଗୁଡ଼ିକ ବିଶ୍ୱାସ କରିଥାନ୍ତି। ମସ୍‌ଜିଦକୁ ୧୯୯୨ରେ ହିନ୍ଦୁ କରସେବକମାନେ ଭାଙ୍ଗିଦେବା ପରେ ବିଭିନ୍ନ ସ୍ଥାନରେ ଦଙ୍ଗା ସୃଷ୍ଟି ହୋଇ ୨୦୦୦ ଲୋକ ନିହତ ହୋଇଥିଲେ। ଅଯୋଧ୍ୟାର ବିବାଦୀୟ ୨.୭୭ ଏକର ଜମିକୁ ତିନିପକ୍ଷ ସୁନ୍ନି ଓ୍ବାକଫ୍‌ ବୋର୍ଡ, ନିର୍ମୋହୀ ଆଖଡା ଏବଂ ରାମଲାଲାଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟିଦେବା ଲାଗି ୨୦୧୦ରେ ଆଲ୍ଲାହାବାଦ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ସର୍ବୋଚ୍ଚ ଅଦାଲତରେ ୧୪ ଆବେଦନ କରାଯାଇଥିଲା। ଉତ୍ତରପ୍ରଦେଶ ସରକାର ଏବଂ ଅନ୍ୟ ପିଟିଶନରଙ୍କ ବିରୋଧ ସତ୍ତ୍ୱେ ସାମ୍ବିଧାନିକ ଖଣ୍ଡପୀଠ ମଧ୍ୟସ୍ଥ କମିଟି ଗଠନ କରିଥିଲେ। ସୁନ୍ନି ଓ୍ବାକଫ୍‌ ବୋର୍ଡ ଏବଂ ନିର୍ମୋହୀ ଆଖଡ଼ା ବ୍ୟତୀତ ଅନ୍ୟମାନେ ମଧ୍ୟସ୍ଥତାକୁ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri