Categories: ଜାତୀୟ

ମଧ୍ୟପ୍ରଦେଶ ସଙ୍କଟ: ଭଙ୍ଗାଗଢ଼ା ରାଜନୀତି ଛାଡ଼ି ଶୀଘ୍ର ଶକ୍ତି ପରୀକ୍ଷା କରିବାକୁ କହିଲେ ସୁପ୍ରିମ୍‌କୋର୍ଟ

ଭୋପାଳ,୧୯।୩: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଲନାଥ ସରକାରଙ୍କ ସଙ୍କଟ ବଢ଼ିଚାଲିଛି। ଗୁରୁବାର ସୁପ୍ରିମ୍‌କୋର୍ଟ ବିଧାନସଭାରେ ଶୀଘ୍ର ଶକ୍ତି ପରୀକ୍ଷା କରିବାକୁ କହିଛନ୍ତି। ବିଦ୍ରୋହୀ ବିଧାୟକ ନିଜର ଇସ୍ତଫା ଦେଇଥିବା ନିଶ୍ଚିତ କରନ୍ତୁ। ଗୋଟିଏ ଦିନରେ ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ନେଇ ନିଷ୍ପତ୍ତି ଗ୍ରହଣ କରାଯିବା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱାରୋପ କରିଛନ୍ତି। ବିଧାୟକଙ୍କ ଲାଗି ଭିଡ଼ିଓ କନଫରେନ୍ସିଂ ହେବ। ଏଥି ପାଇଁ ଜଣେ ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ନିଯୁକ୍ତ କରାଯିବ। ରାଜ୍ୟରେ ଅଧିକ ଦିନ ଧରି ଭଙ୍ଗାଗଢ଼ା ରାଜନୀତିକୁ ସହ୍ୟ କରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, କମଲନାଥ ସରକାର ଶକ୍ତି ପରୀକ୍ଷା ନେଇ ସଙ୍କଟରେ ଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ପ୍ରତି ଅଧିକ ବିଧାୟକଙ୍କ ସମର୍ଥନ ଥିବା କୁହାଯାଉଛି।

Share