Categories: ଜାତୀୟ

ମଧ୍ୟପ୍ରଦେଶ ଭାଇରସ୍‌ ହେବନି ମହାରାଷ୍ଟ୍ର ମୁହାଁ: ଶିବସେନା

ମୁମ୍ବାଇ, ୧୧।୩: ମଧ୍ୟପ୍ରଦେଶରେ ଭାଜପା ପକ୍ଷରୁ କଂଗ୍ରେସ ସରକାରଙ୍କୁ କ୍ଷମତାଚ୍ୟୁତ କରାଇବା ଲାଗି କରାଯାଉଥିବା ଉଦ୍ୟମ ମହାରାଷ୍ଟ୍ରରେ ହୋଇପାରିବ ନାହିଁ ବୋଲି ଶିବସେନା ପକ୍ଷରୁ କୁହାଯାଉଛି। ଏହି ମର୍ମରେ ଶିବସେନା ଏମ୍‌ପି ସଞ୍ଜୟ ରାଉତ କହିଛନ୍ତି ଯେ, ମଧ୍ୟପ୍ରଦେଶ ଭାଇରସ୍‌ ମହାରାଷ୍ଟ୍ର ମୁହାଁ ହେବାର ସମ୍ଭାବନା ନାହିଁ। ଏନେଇ ମହାରାଷ୍ଟ୍ର ସରକାର ଆଶ୍ୱସ୍ତ ରହିବା ଆବଶ୍ୟକ। ରାଜ୍ୟରେ ସରକାର ଗଠନ ପୂର୍ବରୁ ଭାଜପା ସଙ୍କଟ ଜନକ ସ୍ଥିତି ସୃଷ୍ଟି କରିଥିଲା। ତେବେ ଏକ ବାଇପାସ୍‌ ସର୍ଜରୀ କରାଯାଇ ଶିବସେନା ସରକାରଙ୍କ ପାଇଁ ପଥ ସୃଷ୍ଟି କରାଯାଇଥିବା ସଞ୍ଜୟ ଏକ ମଜାଳିଆ ଢ଼ଙ୍ଗରେ ଏଭଳି କହିଛନ୍ତି। ଏବେ ସଞ୍ଜୟଙ୍କ ଏଭଳି ମନ୍ତବ୍ୟ ନେଇ ଚର୍ଚ୍ଚା ଜାରି ରହିଛି।

Share