Posted inଜାତୀୟ

ମଧ୍ୟପ୍ରଦେଶରେ ଓଲଟା ଖେଳ

ଭୋପାଳ,୨୬।୭:ଭାଜପା କର୍ନାଟକରେ ଶାସକ ମେଣ୍ଟର ବିଦ୍ରୋହୀ ବିଧାୟକଙ୍କୁ ଧରି କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ପତନ ଘଟାଇବାରେ ସଫଳ ହୋଇଥିବାବେଳେ ମଧ୍ୟପ୍ରଦେଶରେ ଏହାର ଓଲଟା ଖେଳ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ କମଳନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରଙ୍କୁ ସଂଖ୍ୟାଲଘୁ ବୋଲି ଅଭିହିତ କରି ଚ୍ୟାଲେଞ୍ଜ ଦେଇଥିବା ବିରୋଧୀ ଭାଜପା ପାଇଁ ଏବେ ଅଡ଼ୁଆ ସୃଷ୍ଟି ହୋଇଛି। ଭାଜପା ବିଧାୟକ ଶରଦ କୋଲ୍‌(ବେଓହାରୀ) ଓ ନାରାୟଣ ତ୍ରିପାଠୀ (ମଇହାର) ବୁଧବାର ସରକାରଙ୍କ ପକ୍ଷରୁ ଆଗତ ଭିଡ଼ହିଂସା ନିରୋଧୀ ବିଲ୍‌ ସପକ୍ଷରେ କ୍ରସ୍‌ଭୋଟିଂ କରିଥିଲେ। ଏହି ଦୁଇ ବିଧାୟକ ଭାଜପା ବିରୋଧରେ ଖୋଲାଖୋଲି ବିଦ୍ରୋହ କରି କମଳନାଥଙ୍କୁ ପ୍ରଶଂସା କରିବା ସହ ସେମାନେ କଂଗ୍ରେସରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। କେବଳ ଏହି ଦୁଇ ବିଧାୟକ ନୁହନ୍ତି, ବରଂ ଭାଜପାର ଆହୁରି ୪ ଜଣ ବିଧାୟକ ଦଳତ୍ୟାଗ କରି କଂଗ୍ରେସରେ ସାମିଲ ହେବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏହି ଘଟଣାକ୍ରମ ହଠାତ୍‌ ଜାତୀୟ ରାଜନୀତିର ଉଷ୍ମତା ବୃଦ୍ଧି କରିଛି।
ବିଧାନସଭାରେ ବୁଧବାର ଭିଡ଼ହିଂସା ନିବାରଣ ସଂଶୋଧନ ବିଲ୍‌, ୨୦୧୯ ଆଗତ କରାଯାଇଥିଲା। ଏହାକୁ ଗୃହୀତ କରାଇବାରେ ଭାଜପା ବିଧାୟକ ଶରଦ ଓ ନାରାୟଣଙ୍କ ଭୋଟ ସହାୟକ ହୋଇଥିଲା। ଭୋପାଳ ବିଧାୟକ ଆରିଫ୍‌ ମାସୁଦ୍‌ ଓ କଂଗ୍ରେସର ଅନ୍ୟ ଜଣେ ନେତା ପ୍ରବୀଣ ପାଠକ ବୁଧବାର ରାତିରେ ଦୁଇ ଭାଜପା ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ବାସଭବନକୁ ରାତ୍ରିଭୋଜନ ପାଇଁ ସୁରକ୍ଷା ଦେଇ ନେଇଥିଲେ। ଭାଜପା ଏହାକୁ ନେଇ ଛାନିଆ ହୋଇଯାଇଛି । ବିରୋଧୀ ଦଳ ନେତା ଗୋପାଳ ଭାର୍ଗବଙ୍କ ଚାମ୍ବର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ଘରେ ମାରାଥନ ବୁଧବାର ରାତିରୁ ଭାଜପାର ବୈଠକ ଚାଲିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଏନେଇ ଦଳର ରିପୋର୍ଟ ମାଗିଥିବାବେଳେ ରାଜ୍ୟ ସଭାପତି ରାକେଶ ସିଂ ପାର୍ଲାମେଣ୍ଟ ଅଧିବେଶନ ଛାଡ଼ି ଭୋପାଳ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ପରିପ୍ରେକ୍ଷୀରେ ବହୁଚର୍ଚ୍ଚିତ ‘କମ୍ପ୍ୟୁଟର ବାବା’ ନାମରେ ପରିଚିତ ନାମଦେଓ ଦାସ ତ୍ୟାଗୀ କହିଛନ୍ତି, ଏହି ଦୁଇଜଣଙ୍କ ବାଦ୍‌ ଆହୁରି ୪ ଭାଜପା ବିଧାୟକ କଂଗ୍ରେସରେ ଯୋଗଦେବା ପାଇଁ ପ୍ରସ୍ତୁତ ହୋଇରହିଛନ୍ତି। ସେମାନେ ପୂର୍ବରୁ କଂଗ୍ରେସରେ ଥିବାରୁ ଏଇଟା ଘରବାହୁଡ଼ା। ମୁଖ୍ୟମନ୍ତ୍ରୀ ଯେତେବେଳେ ଚାହିଁବେ ସେମାନଙ୍କୁ ସମସ୍ତଙ୍କ ଆଗରେ ହାଜର କରାଯିବ। ସେହି ବିଧାୟକମାନଙ୍କୁ ସରକାରରେ ସାମିଲ କରାଯାଇପାରେ ବୋଲି କମ୍ପ୍ୟୁଟର ବାବା କହିଛନ୍ତି। ତେବେ ଅନ୍ୟ ୪ ଭାଜପା ବିଧାୟକଙ୍କ ନାମ ପ୍ରକାଶ କରିବାକୁ ସେ ମନାକରିଦେଇଛନ୍ତି। ଗତବର୍ଷ ଶିବରାଜ ସରକାର କମ୍ପ୍ୟୁଟର ବାବାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରିଥିଲେ। ଏହାର କିଛିମାସ ପରେ ବାବା ଇସ୍ତଫା ଦେଇଥିଲେ। ଗତ ନଭେମ୍ବରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବାବା ଭାଜପା ବିରୋଧରେ ପ୍ରଚାର କରିଥିଲେ। ୧୫ ବର୍ଷ ବ୍ୟବଧାନରେ କଂଗ୍ରେସ କ୍ଷମତାକୁ ଫେରିବା ପରେ ବାବାଙ୍କୁ କମଳନାଥ ସରକାରଙ୍କ ନଦୀ ସଂରକ୍ଷଣ ଟ୍ରଷ୍ଟ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି।
ଯେ, ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ସରକାର ଗଢ଼ିବା ପାଇଁ କୁହୁକ ସଂଖ୍ୟା ହେଉଛି ୧୧୬। କଂଗ୍ରେସର ୧୧୪ ବିଧାୟକ ଥିବାବେଳେ ଏହାକୁ ୪ ସ୍ବାଧୀନ ସଦସ୍ୟଙ୍କ ସମେତ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ୨, ସମାଜବାଦୀ ପାର୍ଟି (ଏସ୍‌ପି)ର ଜଣେ ବିଧାୟକ ସମର୍ଥନ କରୁଛନ୍ତି। ଫଳରେ କମଲନାଥଙ୍କ ସପକ୍ଷରେ ୧୨୧ ବିଧାୟକଙ୍କ ସମର୍ଥନ ରହିଛି। ଅନ୍ୟପକ୍ଷରେ ଭାଜପାର ୧୦୯ ବିଧାୟକ ଜିତିଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ଲୋକ ସଭାକୁ ନିର୍ବାଚିତ ହେବା ପରେ ଇସ୍ତଫା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri