ମଧୁମେହରୁ ମୁକ୍ତିଦିଏ ବେସନ ରୁଟି

ଆଜିକାଲି ମଧୁମେହ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାରେ ପରିଗଣିତ ହେଲାଣି। ବ୍ୟସ୍ତବହୁଳ ଜୀବନଶୈଳୀ ଓ ଖାଦ୍ୟପେୟରେ ପରିବର୍ତ୍ତନ ଏହାର ପ୍ରମୁଖ କାରଣ। ତେବେ ଏହି ରୋଗୀଙ୍କୁ ଖାଦ୍ୟପେୟଜନିତ କଟକଣା କରାଯାଇଥାଏ। ମାତ୍ର ଏପରି କିଛି ଖାଦ୍ୟ ରହିଛି ଯେଉଁଥିରେ ପୋଷକତତ୍ତ୍ୱ ଭରି ରହିଥାଏ। ଏହା ରକ୍ତରେ ଶର୍କରା ମାତ୍ରାକୁ କମ୍‌ କରିଥାଏ। ତେବେ ବେସନ ରୁଟି ଖାଇବା ଦ୍ୱାରା ମଧୁମେହ ଆଶଙ୍କା ଅନେକ ପରିମାଣରେ କମ୍‌ ହୋଇଥାଏ।

ପ୍ରସ୍ତୁତି ପ୍ରଣାଳୀ:

ଏକ କପ୍‌ ଅଟାରେ ଏକ କପ୍‌ ବେସନ ମିଶାନ୍ତୁ। ଏହାକୁ ଚକଟି ଯେପରି ରୁଟି କରନ୍ତି ସେପରି କରନ୍ତୁ।

ଉପକାରିତା:
ବେସନ ରୁଟି ମଧୁମେହ ରୋଗୀଙ୍କ ପାଇଁ ଉପକାରୀ। ଏହା ସ୍ବାଦିଷ୍ଟ ହେବା ସହ ସୁଗାର ମାତ୍ରା କମ୍‌ କରିଥାଏ ।

ଗ୍ଲାଇସ୍‌ମିକ ଇଣ୍ଡେକ୍ସ ବେସନ ରୁଟିରେ ୭୦ ଥିବା ବେଳେ ଅଟାରେ ୧୦୦ ରହିଥାଏ। ଏହା ରକ୍ତରେ ସୁଗାର ମାତ୍ରା କମ୍‌ କରିଥାଏ।