ମଦ ବିରୋଧୀ ଆନ୍ଦୋଳନ: ଟାୟାର ଜାଳି ରାମନଗର-ମଙ୍ଗଳପୁର ରାସ୍ତା ଅବରୋଧ

ମହାକାଳପଡ଼ା,୨୭।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଗୁହାଳକଣି ଗ୍ରାମରେ ବୁଧବାର ମଦ ବିରୋଧୀ ଆନ୍ଦୋଳନ ଦେଖିବାକୁ ମିଳିଛି। ବେଆଇନ ମଦ ବେପାରକୁ ବିରୋଧ କରି ସ୍ଥାନୀୟ ମହିଳା ରାମନଗର-ମଙ୍ଗଳପୁର ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି । ଏ ନେଇ ଆଇଆଇସିଙ୍କ ଜରିଆରେ ଏସ୍‌ପି ଓ ଜିଲାପାଳଙ୍କୁ ଲିଖିତ ଅଭିଯୋଗ ପତ୍ର ଦିଆଯାଇଛି। ଆଗାମୀ ଦିନରେ ଏ ନେଇ ପଦକ୍ଷେପ ଗ୍ରହଣ କରା ନ ଗଲେ ଆନ୍ଦୋଳନ ଜୋର ଧରିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।