ମଦ ବିକ୍ରିବେଳେ ଚଢ଼ାଉ

ବଇଣ୍ଡା, ୫ା୪(ଡି.ଏନ.ଏ.)- ଅନୁଗୋଳ ଜିଲା ଠାକୁରଗଡ ଥାନା ପୋଲିସ ଶନିବାର ରାତିରେ ସାନହୁଲା ଗ୍ରାମରେ ଚଢ଼ାଉ କରି ମଦ ବିକ୍ରି ଅଭିଯୋଗରେ କରୁଣାକର ପ୍ରଧାନଙ୍କୁ ଗିରଫ କରିଛି । ତାଙ୍କଠାରୁ ଦେଶୀ ମଦ ଜବତ କରାଯାଇ ନଂ. ୩୯/୨୦ରେ ମାମଲା ରୁଜୁ କରିଛି । ପୋଲିସ କହିଛି, କରୁଣାକର ତାଙ୍କ ଘରେ ବେଆଇନ ଭାବେ ମଦ ବିକ୍ରି କରୁଥିବା ଖବର ପାଇ ଚଢ଼ାଉ କରାଯାଇଥିଲା । ଗିରଫ ପରେ ତାଙ୍କୁ ରବିବାର ଆଠମଲ୍ଲିକ କୋର୍ଟଚାଲାଣ କରାଯାଇଛି ।