ମଦ ନିଶା ଜୀବନ ନେଲା: କଟୁରୀରେ ହାଣି ପୁତୁରାକୁ ହତ୍ୟା, କକା ଗିରଫ

କେନ୍ଦୁଝର,୨୨।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ନୟାକୋଟ ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ପୁତୁରାଙ୍କୁ କଟୁରୀରେ ହାଣି ହତ୍ୟା କରିଛନ୍ତି। ମୃତକ ହେଲେ ପାଉ ଦେହୁରୀ । ରବିବାର ସାରେ ଏହି ଘଟଣା ଘଟିିଛି। ଖବର ପାଇ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଥିବା ପୋଲିସ ସହିତ ଯୋଗଯୋଗ ହୋଇପାରି ନ ଥିବାରୁ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ବୋଲି ଏସ୍‌ଡିପିଓ ପି.ଜେ. ଟପୋ କହିଛନ୍ତି। ଅଭିଯୁକ୍ତ କକା କାନ୍ଦୁରୁ ଦେହୁରୀଙ୍କୁ ପୋଲିସ ଗିରଫ ତନାଘନା ଚଳାଇଛି। ମଦ ନିଶାରେ କାନ୍ଦୁରୁ ଏପରି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।