ମଦ ଦୋକାନ ଆଗରେ ଲମ୍ବା ଧାଡ଼ିରେ ରହିଛି ଚପଲ-ଛତା

ତ୍ରିଚିଲାପଲୀ,୧୬।୫: କରୋନା ମହାମାରୀ ଯୋଗୁ ଅର୍ଥନୀତିରେ ସୁଧାର ଆଣିବା ଲାଗି ସରକାରଙ୍କ ପକ୍ଷରୁ ମଦ ବିକ୍ରି ପାଇଁ ଅନୁମତି ଦିଆଯାଇଛି। ତାମିଲନାଡୁ ତ୍ରିଚିଲାପଲୀ ଜିଲାରେ ଲୋକେ ମଦ କିଣିବା ଲାଗି ଦୋକାନ ଆଗରେ ଲମ୍ବାଧାଡ଼ି ଦେବା ସକାଳୁ ଆରମ୍ଭ କରିଦେଉଛନ୍ତି। ସାମାଜିକ ଦୂରତା ବଜାୟ ରଖିବା ପାଇଁ ଧାଡ଼ିରେ ନିୟମିତ ବ୍ୟବଧାନରେ ବୃତ୍ତ ଅଙ୍କା ଯାଇଛି। ପ୍ରବଳ ଖରା ହେଉଥିବାରୁ କେହି କେହି ନିଜ ଠିଆହୋଇଥିବା ବୃତ୍ତରେ ଚପଲ ଅବା ଛତା ରଖୁଥିବା ଦେଖିବାକୁ ମିଳୁଛି। କିଛି ଲୋକ ଟେକାପଥର ପଥର ଅବା ହେଲମେଟ୍‌ ମଧ୍ୟ ରଖୁଛନ୍ତି। ଗହଳିକୁ ଦୃଷ୍ଟିରେ ରଖି ମଦ ଦୋକାନ ପକ୍ଷରୁ ପ୍ରତିଦିନ କେବଳ ୫୦୦ ଲୋକଙ୍କୁ ଟୋକନ ଦେଉଛନ୍ତି। ସେହିପରି ମଦ କିଣିବା ଲାଗି ଆସୁଥିବା ଲୋକଙ୍କ ପାଇଁ ମାସ୍କ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

Share