ମଦ ଜବତ କଲେ ଖଇରା ତହସିଲଦାର

ଖଇରା, ୨।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ଅଞ୍ଚଳରେ ଲକ୍‌ଡାଉନ କଟକଣା ଯେତେ ବଢୁଛି ସମାନ୍ତରାଳ ଭାବେ ମଦ ବିକ୍ରି ମଧ୍ୟ ସେହିଭଳି ଭାବେ ବଢି ଚାଲିଛି। ମଙ୍ଗଳବାର ସନ୍ଧ୍ୟାରେ ଖଇରା ତହସିଲଦାର ପ୍ରଦୀପ କୁମାର ସାହୁ ଗଣ୍ଡିବେଡ ମାଛ ହାଟ ହାଟରେ ମଦ ବିକ୍ରି ହେଉଥିବା ଖବରପାଇ ସଦଳବଳ ସହ ସେଠାରେ ପହଞ୍ଚିଥିଲେ। ତହସିଲଦାର ପହଞ୍ଚିବା ପୂର୍ବରୁ ମଦବିକ୍ରେତାମାନେ କୌଣସି ସୂତ୍ରରୁ ଖବର ପାଇ ମଦ ଛାଡି ଖସି ପଳାଇଯିବାକୁ ସମର୍ଥ ହୋଇଥିଲେ ା ତହସିଲଦାର ୧୦ଲିଟର ମଦ ଜବତ କରି ଖଇରା ଥାନାକୁ ହସ୍ତାନ୍ତର କରିଛନ୍ତି ା ୪ଦିନ ପୂର୍ବରୁ ଖଇରା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ କଇଥଗଡିଆ ପାତ୍ର ଖୁଣ୍ଟାରୁ ୨୮ଲିଟର ଦେଶୀମଦ ଜବତ କରିଥିଲେ। ମଦବିକ୍ରୀ ଉପରେ ଅଙ୍କୁଶ ଲଗାଇବାକୁ ଖଇରାବାସୀଙ୍କ ତରଫରୁ ଏସ୍‌ପିଙ୍କ ନିକଟରେ ଦାବି କରାଯାଇଛି ା