ମଦ୍ୟପ ଗାଡ଼ିି ଚାଳକଙ୍କୁ କଡ଼ା ଛାଟ

ଭୁବନେଶ୍ୱର, ୭ା୯(ବ୍ୟୁରୋ): ଏଣିକି ମଦ ପିଇ ଗାଡ଼ିି ଚଳାଇଲେ ଆଉ ନିସ୍ତାର ନାହିଁ। ମଦ୍ୟପ ଗାଡ଼ି ଚାଳକ ଧରାପଡ଼ିିଲେ ତୁରନ୍ତ ତାଙ୍କୁ ଗିରଫ କରାଯିବ। ଏ ନେଇ ଶୁକ୍ରବାର ସନ୍ଧ୍ୟାରୁ ରାଜ୍ୟର ସମସ୍ତ ୧୪ଟି ଟୋଲ୍‌ଗେଟ୍‌ରେ ଡ୍ରାଇଭରମାନଙ୍କୁ ଯାଞ୍ଚ କରାଯିବ। ସେମାନେ ମଦ ପିଇଛନ୍ତି କି ନାହିଁ ତାହା ବ୍ରେଥ ଆନାଲାଇଜର ମାଧ୍ୟମରେ ଟେଷ୍ଟ କରାଯିବ। ଏପରି କି ଆବଶ୍ୟକ ପଡ଼ିଲେ ୨ଘଣ୍ଟା ମଧ୍ୟରେ ତାଙ୍କର ରକ୍ତ ପରୀକ୍ଷା କରାଯିବ। ଏଭଳି କଡ଼ାକଡ଼ି ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ବିଜୟ କୁମାର ଶର୍ମା। ଏ ନେଇ ଡିଜିପି ଶୁକ୍ରବାର ଏକ ସର୍କୁଲାର ଜାରି କରିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତିକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଡିଜିପି ଶର୍ମା କହିଛନ୍ତି। ମୋଟରଯାନ ଆଇନ-୧୯୯୮ର ଧାରା ୨୦୨ ଓ ୨୦୩ ବ୍ୟବସ୍ଥା ଅନୁଯାୟୀ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକଙ୍କୁ ଗିରଫ କରିବା ସହ ଜରିମାନା ଆଦାୟ କରାଯିବା ପାଇଁ ନିୟମ ରହିଛି। ଶେରଗଡ, ପାଣିକୋଇଲି, ଢେଙ୍କିକୋଟ, ପଳାଶପଙ୍ଗା, ରାମଚନ୍ଦ୍ରପୁର, ପିପିଲି, ମାଶୁଣିକଣି, ରାଜଗାଙ୍ଗପୁର, ତାପଙ୍ଗ, ଲଙ୍ଗଳେଶ୍ୱର, ଶାସନ, ଅତାବିରା, ବାଲିଚନ୍ଦ୍ରପୁର, ଓ ମଙ୍ଗୁଳି ଟୋଲଗେଟ୍‌ରେ ଏହି ଯାଞ୍ଚ କରାଯିବାକୁ ଡିଜିପି ଶର୍ମା ସର୍କୁଲାର ଜାରି କରିଛନ୍ତି।
ଡିଜିପିଙ୍କ ସର୍କୁଲାରରେ ଉଲ୍ଲେଖ ରହିଛି ଯେ, ମଦ୍ୟପ ଗାଡ଼ି ଚାଳକଙ୍କୁ ଧରିବା ମାତ୍ରେ ବ୍ରେଥ ଆନାଲାଇଜର ଟେଷ୍ଟ କରିବା ସହ ୨ଘଣ୍ଟା ମଧ୍ୟରେ ରକ୍ତ ପରୀକ୍ଷା କରାଯିବ। ସେହିଭଳି ମହିଳା ଗାଡ଼ି ଚାଳକଙ୍କ କ୍ଷେତ୍ରରେ କେବଳ ମହିଳା ଡାକ୍ତର ହିଁ ଏହି ପରୀକ୍ଷା କରିପାରିବେ। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ମଦ୍ୟପ ଚାଳକଙ୍କ ଜାମିନ କରା ନ ଯାଏ ତେବେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯିବ। ଏପରି କି ତାଙ୍କୁ କୋର୍ଟରେ ହାଜର କରାଯିବା ସହ ପ୍ରମାଣ ସ୍ବରୂପ ଟୋଲ୍‌ଗେଟ୍‌ରେ ଲାଗିଥିବା ସିସିଟିଭି ଫୁଟେଜ ଦିଆଯିବ। ପ୍ରତ୍ୟେକ ବର୍ଷ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଘଟୁଥିବା ମୃତ୍ୟୁହାରକୁ ୧୦ ପ୍ରତିଶତ ହ୍ରାସ କରିବା ପାଇଁ ଏହି କମିଟି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ମଦ୍ୟପଙ୍କୁ ଧରିବା ପାଇଁ ଉପଯୁକ୍ତ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରିବା ନିମନ୍ତେ ସମ୍ପୃୃକ୍ତ ଜିଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ପୋଲିସ ଅଫିସରଙ୍କ ଉପସ୍ଥିତିରେ କୌଣସି ବ୍ୟକ୍ତି ମଦ୍ୟପାନ କରି ଗାଡ଼ିି ଚଳାଇବାର ସନ୍ଦେହ ସୃଷ୍ଟି ହୁଏ, ତାହାଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକାଇ ତାଙ୍କର ଶ୍ୱାସ ପରୀକ୍ଷା କରାଯିବ। ଏଥିସହ ଯଦି ତାଙ୍କର ୧୦୦ ମିଲି ରକ୍ତ ନମୁନାରେ ୩୦ ମିଲିଗ୍ରାମଠାରୁ ଅଧିକ ଆଲକୋହଲ ମିଳେ ଏବଂ ସେ ନିରାପଦ ଭାବରେ ଗାଡ଼ି ଚଳାଇବା ପାଇଁ ସକ୍ଷମ ନୁହଁନ୍ତି ବୋଲି ଜଣାପଡ଼େ ତେବେ ତାଙ୍କୁ ଗିରଫ କରାଯିବ। ସେହିଭଳି ଭାରତୀୟ ଦଣ୍ଡବିଧି ଆଇନ ବ୍ୟବସ୍ଥା ଅନୁଯାୟୀ ଗିରଫ କରୁଥିବା ଅଫିସର ସମ୍ପୃକ୍ତ ବ୍ୟକ୍ତିଙ୍କ ଗିରଫନାମା ପ୍ରସ୍ତୁତ କରିବେ। ଗିରଫ ସମୟରେ ଅଟକାଇ ରଖିଥିବା ଗାଡ଼ିର ଥଇଥାନ ନିମନ୍ତେ ସମ୍ପୃକ୍ତ ପୋଲିସ ଅଫିସର ଉପଯୁକ୍ତ ପଦକ୍ଷେପ ନେବେ। ଗିରଫ ହୋଇଥିବା ବ୍ୟକ୍ତି ଯଦି ଜାମିନଦାର ଦେଇ ନ ପାରିବେ, ସେମାନଙ୍କୁ ଦୁଇଜଣ ସାକ୍ଷୀଙ୍କ ଦ୍ୱାରା ଦସ୍ତଖତ ହୋଇଥିବା ଅଭିଯୋଗ ନଥିପତ୍ର ସହିତ କ୍ଷେତ୍ରୀୟ କୋର୍ଟଙ୍କୁ ଚାଲାଣ କରାଯିବ। ଗିରଫ ହେଉଥିବା ବ୍ୟକ୍ତିଙ୍କ ଠିକଣା ଓ ମୋବାଇଲ୍‌ ନମ୍ବର ସଂଗ୍ରହ ପାଇଁ ଚେଷ୍ଟା କରାଯିବ। ତନଖି ଫାଟକରେ ଲାଗିଥିବା ସିସିିଟିଭି କ୍ୟାମେରା ମାଧ୍ୟମରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ସମସ୍ତ ଭିଡିଓ ରେକର୍ଡିଂ ସଂଗୃହୀତ କରାଯାଇ ରଖାଯିବ। ଆବଶ୍ୟକ ପଡ଼ିଲେ ତାହାକୁ କୋର୍ଟରେ ଉପସ୍ଥାପନ କରାଯିବ। ଅଟକାଇ ରଖାଯାଉଥିବା ଗାଡ଼ିିର ପଥିକମାନଙ୍କ ଯାତ୍ରା ପାଇଁ ବିକଳ୍ପ ବ୍ୟବସ୍ଥା କରିବା ସହ ସେଥିରେ ବସିଥିବା ବରିଷ୍ଠ ନାଗରିକ, ମହିଳା ଓ ଶିଶୁଙ୍କ ପାଇଁ ମଧ୍ୟ ଆବଶ୍ୟକ ବ୍ୟବସ୍ଥା କରାଯିବା ନେଇ ଏହି ସର୍କୁଲାରରେ କୁହାଯାଇଛି। କେବଳ ମଦ୍ୟ ପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ଯାଞ୍ଚ କରାଯିବ। ଯଦି କେହି ଅଫିସର ଉଦ୍ଦେଶ୍ୟମୂଳକଭାବେ ଅନ୍ୟ ଯାତ୍ରୀଙ୍କୁ ହଇରାଣ କରିବେ ତାହାଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ସିପି ଅଫିସରେ ଅନୁଷ୍ଠିତ ଏହି ବୈଠକରେ ଡିଜିପି ଉପରୋକ୍ତ ନିର୍ଦ୍ଦେଶନାମା ବିଷୟରେ ଆଲୋଚନା କରିଥିଲେ। ବୈଠକରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଆରଟିଓ-୧ ପ୍ରଦୀପ ମହାନ୍ତି, ଆର୍‌ଟିଓ ସଞ୍ଜୟ ବେହେରା, ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri