ମଦ୍ୟପ ଗାଡ଼ିି ଚାଳକଙ୍କୁ କଡ଼ା ଛାଟ

ଭୁବନେଶ୍ୱର, ୭ା୯(ବ୍ୟୁରୋ): ଏଣିକି ମଦ ପିଇ ଗାଡ଼ିି ଚଳାଇଲେ ଆଉ ନିସ୍ତାର ନାହିଁ। ମଦ୍ୟପ ଗାଡ଼ି ଚାଳକ ଧରାପଡ଼ିିଲେ ତୁରନ୍ତ ତାଙ୍କୁ ଗିରଫ କରାଯିବ। ଏ ନେଇ ଶୁକ୍ରବାର ସନ୍ଧ୍ୟାରୁ ରାଜ୍ୟର ସମସ୍ତ ୧୪ଟି ଟୋଲ୍‌ଗେଟ୍‌ରେ ଡ୍ରାଇଭରମାନଙ୍କୁ ଯାଞ୍ଚ କରାଯିବ। ସେମାନେ ମଦ ପିଇଛନ୍ତି କି ନାହିଁ ତାହା ବ୍ରେଥ ଆନାଲାଇଜର ମାଧ୍ୟମରେ ଟେଷ୍ଟ କରାଯିବ। ଏପରି କି ଆବଶ୍ୟକ ପଡ଼ିଲେ ୨ଘଣ୍ଟା ମଧ୍ୟରେ ତାଙ୍କର ରକ୍ତ ପରୀକ୍ଷା କରାଯିବ। ଏଭଳି କଡ଼ାକଡ଼ି ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ବିଜୟ କୁମାର ଶର୍ମା। ଏ ନେଇ ଡିଜିପି ଶୁକ୍ରବାର ଏକ ସର୍କୁଲାର ଜାରି କରିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତିକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଡିଜିପି ଶର୍ମା କହିଛନ୍ତି। ମୋଟରଯାନ ଆଇନ-୧୯୯୮ର ଧାରା ୨୦୨ ଓ ୨୦୩ ବ୍ୟବସ୍ଥା ଅନୁଯାୟୀ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକଙ୍କୁ ଗିରଫ କରିବା ସହ ଜରିମାନା ଆଦାୟ କରାଯିବା ପାଇଁ ନିୟମ ରହିଛି। ଶେରଗଡ, ପାଣିକୋଇଲି, ଢେଙ୍କିକୋଟ, ପଳାଶପଙ୍ଗା, ରାମଚନ୍ଦ୍ରପୁର, ପିପିଲି, ମାଶୁଣିକଣି, ରାଜଗାଙ୍ଗପୁର, ତାପଙ୍ଗ, ଲଙ୍ଗଳେଶ୍ୱର, ଶାସନ, ଅତାବିରା, ବାଲିଚନ୍ଦ୍ରପୁର, ଓ ମଙ୍ଗୁଳି ଟୋଲଗେଟ୍‌ରେ ଏହି ଯାଞ୍ଚ କରାଯିବାକୁ ଡିଜିପି ଶର୍ମା ସର୍କୁଲାର ଜାରି କରିଛନ୍ତି।
ଡିଜିପିଙ୍କ ସର୍କୁଲାରରେ ଉଲ୍ଲେଖ ରହିଛି ଯେ, ମଦ୍ୟପ ଗାଡ଼ି ଚାଳକଙ୍କୁ ଧରିବା ମାତ୍ରେ ବ୍ରେଥ ଆନାଲାଇଜର ଟେଷ୍ଟ କରିବା ସହ ୨ଘଣ୍ଟା ମଧ୍ୟରେ ରକ୍ତ ପରୀକ୍ଷା କରାଯିବ। ସେହିଭଳି ମହିଳା ଗାଡ଼ି ଚାଳକଙ୍କ କ୍ଷେତ୍ରରେ କେବଳ ମହିଳା ଡାକ୍ତର ହିଁ ଏହି ପରୀକ୍ଷା କରିପାରିବେ। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ମଦ୍ୟପ ଚାଳକଙ୍କ ଜାମିନ କରା ନ ଯାଏ ତେବେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯିବ। ଏପରି କି ତାଙ୍କୁ କୋର୍ଟରେ ହାଜର କରାଯିବା ସହ ପ୍ରମାଣ ସ୍ବରୂପ ଟୋଲ୍‌ଗେଟ୍‌ରେ ଲାଗିଥିବା ସିସିଟିଭି ଫୁଟେଜ ଦିଆଯିବ। ପ୍ରତ୍ୟେକ ବର୍ଷ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଘଟୁଥିବା ମୃତ୍ୟୁହାରକୁ ୧୦ ପ୍ରତିଶତ ହ୍ରାସ କରିବା ପାଇଁ ଏହି କମିଟି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ମଦ୍ୟପଙ୍କୁ ଧରିବା ପାଇଁ ଉପଯୁକ୍ତ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରିବା ନିମନ୍ତେ ସମ୍ପୃୃକ୍ତ ଜିଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ପୋଲିସ ଅଫିସରଙ୍କ ଉପସ୍ଥିତିରେ କୌଣସି ବ୍ୟକ୍ତି ମଦ୍ୟପାନ କରି ଗାଡ଼ିି ଚଳାଇବାର ସନ୍ଦେହ ସୃଷ୍ଟି ହୁଏ, ତାହାଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକାଇ ତାଙ୍କର ଶ୍ୱାସ ପରୀକ୍ଷା କରାଯିବ। ଏଥିସହ ଯଦି ତାଙ୍କର ୧୦୦ ମିଲି ରକ୍ତ ନମୁନାରେ ୩୦ ମିଲିଗ୍ରାମଠାରୁ ଅଧିକ ଆଲକୋହଲ ମିଳେ ଏବଂ ସେ ନିରାପଦ ଭାବରେ ଗାଡ଼ି ଚଳାଇବା ପାଇଁ ସକ୍ଷମ ନୁହଁନ୍ତି ବୋଲି ଜଣାପଡ଼େ ତେବେ ତାଙ୍କୁ ଗିରଫ କରାଯିବ। ସେହିଭଳି ଭାରତୀୟ ଦଣ୍ଡବିଧି ଆଇନ ବ୍ୟବସ୍ଥା ଅନୁଯାୟୀ ଗିରଫ କରୁଥିବା ଅଫିସର ସମ୍ପୃକ୍ତ ବ୍ୟକ୍ତିଙ୍କ ଗିରଫନାମା ପ୍ରସ୍ତୁତ କରିବେ। ଗିରଫ ସମୟରେ ଅଟକାଇ ରଖିଥିବା ଗାଡ଼ିର ଥଇଥାନ ନିମନ୍ତେ ସମ୍ପୃକ୍ତ ପୋଲିସ ଅଫିସର ଉପଯୁକ୍ତ ପଦକ୍ଷେପ ନେବେ। ଗିରଫ ହୋଇଥିବା ବ୍ୟକ୍ତି ଯଦି ଜାମିନଦାର ଦେଇ ନ ପାରିବେ, ସେମାନଙ୍କୁ ଦୁଇଜଣ ସାକ୍ଷୀଙ୍କ ଦ୍ୱାରା ଦସ୍ତଖତ ହୋଇଥିବା ଅଭିଯୋଗ ନଥିପତ୍ର ସହିତ କ୍ଷେତ୍ରୀୟ କୋର୍ଟଙ୍କୁ ଚାଲାଣ କରାଯିବ। ଗିରଫ ହେଉଥିବା ବ୍ୟକ୍ତିଙ୍କ ଠିକଣା ଓ ମୋବାଇଲ୍‌ ନମ୍ବର ସଂଗ୍ରହ ପାଇଁ ଚେଷ୍ଟା କରାଯିବ। ତନଖି ଫାଟକରେ ଲାଗିଥିବା ସିସିିଟିଭି କ୍ୟାମେରା ମାଧ୍ୟମରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ସମସ୍ତ ଭିଡିଓ ରେକର୍ଡିଂ ସଂଗୃହୀତ କରାଯାଇ ରଖାଯିବ। ଆବଶ୍ୟକ ପଡ଼ିଲେ ତାହାକୁ କୋର୍ଟରେ ଉପସ୍ଥାପନ କରାଯିବ। ଅଟକାଇ ରଖାଯାଉଥିବା ଗାଡ଼ିିର ପଥିକମାନଙ୍କ ଯାତ୍ରା ପାଇଁ ବିକଳ୍ପ ବ୍ୟବସ୍ଥା କରିବା ସହ ସେଥିରେ ବସିଥିବା ବରିଷ୍ଠ ନାଗରିକ, ମହିଳା ଓ ଶିଶୁଙ୍କ ପାଇଁ ମଧ୍ୟ ଆବଶ୍ୟକ ବ୍ୟବସ୍ଥା କରାଯିବା ନେଇ ଏହି ସର୍କୁଲାରରେ କୁହାଯାଇଛି। କେବଳ ମଦ୍ୟ ପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ଯାଞ୍ଚ କରାଯିବ। ଯଦି କେହି ଅଫିସର ଉଦ୍ଦେଶ୍ୟମୂଳକଭାବେ ଅନ୍ୟ ଯାତ୍ରୀଙ୍କୁ ହଇରାଣ କରିବେ ତାହାଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ସିପି ଅଫିସରେ ଅନୁଷ୍ଠିତ ଏହି ବୈଠକରେ ଡିଜିପି ଉପରୋକ୍ତ ନିର୍ଦ୍ଦେଶନାମା ବିଷୟରେ ଆଲୋଚନା କରିଥିଲେ। ବୈଠକରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଆରଟିଓ-୧ ପ୍ରଦୀପ ମହାନ୍ତି, ଆର୍‌ଟିଓ ସଞ୍ଜୟ ବେହେରା, ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri