Categories: ଫୁରସତ

ମଦ୍ୟପାନ କରି କିକ୍‌ ମାରିଲେ ଷ୍ଟାର୍ଟ ହେବନି ବାଇକ

ପ୍ରୟାଗରାଜ, ୧୮।୨: ମଦ୍ୟପାନ କରି ରାସ୍ତାରେ ଗାଡ଼ି ଚଳାଇବା ଯୋଗୁ ବହୁ ଦୁର୍ଘଟଣା ଘଟିଥାଏ। ତେବେ ଉତ୍ତରପ୍ରଦେଶର ମୋତିଲାଲ ନେହେରୁ ପ୍ରାଦ୍ୟୋଗିକ ସଂସ୍ଥାନର ୧୩ ଜଣ ଛାତ୍ରୀଛାତ୍ର ଏକ ନିଆରା ହାଇବ୍ରିଡ୍‌ ଇଲେକ୍ଟ୍ରିକ୍‌ ବାଇକ ତିଆରି କରିଛନ୍ତି। ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ କିକ୍‌ ମାରିଲେ ଏହି ବାଇକ ଷ୍ଟାର୍ଟ ହେବନାହିଁ। ଏଥିରେ ଲଗାଯାଇଥିବା ଆଧୁନିକ ଆଲକୋହଲ ସେନସର ଯୋଗୁ ଏଭଳି ହେବ। ଛାତ୍ରୀଛାତ୍ର ମାନେ ଏହି ବାଇକର ନାମ ଗରୁଡ଼ ରଖିଛନ୍ତି। ଏହାକୁ ୨୫ ହଜାର ଟଙ୍କାରେ ନିର୍ମାଣ କରାଯାଇଛି। ଏହାଦ୍ୱାରା ରାସ୍ତା ଦୁର୍ଘଟଣା କମି ପାରିବ ବୋଲି ଏହାର ଡିଜାଇନିଂ କୋର୍ଡିନେଟର ପ୍ରଫେସର ଶିବେଶ ଶର୍ମା କହିଛନ୍ତି। ବାଇକରେ ୨ ଜଣ ଲୋକ ଆରାମରେ ଯାତ୍ରା କରିପାରିବେ ବୋଲି ପ୍ରଫେସର ଗିତିକା, ଟି. ଲହରୀ, ନୀତୀଶ ପୁରୋହିତ ଏବଂ ଆର୍‌,ଆର୍‌, ତିଓ୍ବାରୀ ପ୍ରମୁଖ ସୂଚନା ଦେଇଛନ୍ତି।

Share