ମତଦାନକୁ ବିରୋଧ: ବିସ୍ଫୋରଣରେ ପୋଲ ଉଡ଼ାଇଲେ ମାଓବାଦୀ

ରାଞ୍ଚି,୩୦।୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ୬ଟି ଜିଲାରେ ପ୍ରଥମ ପ୍ରର୍ଯ୍ୟାୟରେ ୧୩ଟି ଆସନ ଲାଗି ମତଦାନ ଜାରି ରହିଛି। ତେବେ ମତଦାନକୁ ବିରୋଧ କରି ମାଓବାଦୀମାନେ ଗୁମଲା ଜିଲାରେ ବିସ୍ଫୋରଣ କରିଛନ୍ତି। ସ୍ଥାନୀୟ ବିଷ୍ଣୁପୁର ବିଧାନସଭା ଅଞ୍ଚଳରେ ମାଓବାଦୀମାନେ ଏକ ପୋଲ ଉଡ଼ାଇ ଦେଇଛନ୍ତି। ଏନେଇ ଗୁମଲାର ଡେପୁଟି କମିଶନର ଶଶି ରଞ୍ଜନ ସୂଚନା ଦେଇଛନ୍ତି। ମତଦାନ ଉପରେ କୌଣସି ପ୍ରଭାବ ପଡ଼ି ନ ଥିବା ବେଳେ ବିସ୍ଫୋରଣ ଘଟିଥିବା ଅଞ୍ଚଳରେ ସର୍ଚ୍ଚ ଅପରେଶନ୍‌ ଜାରି ରହିଥିବା ସେ କହିଛନ୍ତି।

Share