ମଣ୍ଡିରୁ ଧାନ ଉଠାଇବା ଦାବି: କୁଟ୍ରୁଛକଠାରେ ଚାଷୀଙ୍କ ରାସ୍ତାରୋକୋ

ଭବାନୀପାଟଣା/କଲମପୁର,୧୩।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ୍‌ କୁଟ୍ରୁ ପ୍ୟାକ୍ସ ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ଚାଷୀଙ୍କ ଧାନ ଉଠିପାରୁ ନାହିଁ । ତୁରୁନ୍ତ ମଣ୍ଡିରୁ ଧାନ ଉଠାଇବା ଦାବି କରି ଚାଷୀମାନେ ଗୁରୁବାର ସକାଳୁ ଜୟପାଟଣା-ମୋଟେର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଚାଷୀମାନଙ୍କ ସହିତ ପ୍ୟାକ୍ସ ସମ୍ପାଦକ ପ୍ରଦୀପ କୁମାର ପଣ୍ଡା ଦୀର୍ଘ ସମୟ ଧରି ଆଲୋଚନା କରିଥିବା ବେଳେ ଚାଷୀମାନେ ନିଜ ଜିଦରେ ଅଡିବସିଥିଲେ। ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହେବା ଫଳରେ ଯାନବାହନ ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧର ସମ୍ମୁଖିନ ହୋଇଥିଲେ। ଖବର ପାଇ ଧର୍ମଗଡ ସହକାରୀ ଯୋଗାଣ ନିରୀକ୍ଷକ ପ୍ରଫୁଲ ଦାସ ପହଞ୍ଚତ୍ ଚାଷୀମାନଙ୍କୁ ବୁଝାଶୁଝା କରିଥିଲେ। ସମସ୍ୟାର ସମାଧାନ କରିବା ପାଇଁ ସେ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ସୂଚନାମତେ, ବଡକୁଟ୍ରୁ ମଣ୍ଡିରେ ପ୍ରଚୁର ପରିମାଣରେ କଟନି ଛଟନି ଓ ଅଖାବସ୍ତା ଅଭାବ ସାଙ୍ଗକୁ ମଣ୍ଡିରେ ମିଲର୍ସ, ଏଜେଣ୍ଟମାନଙ୍କ ମର୍ଜିରେ ଧାନ କିଣା ଚାଲିଥିବା ଅଭିଯୋଗ ହୋଇଛି। ଏଥିସହ ମଣ୍ଡିରୁ ଧାନ ଉଠାଣରେ ମିଲର୍ସମାନେ ଟାଳଟୁଳ ନିତୀ କରିବା ସହ ଧାନ ଉଠାଣ କରୁ ନ ଥିବା ଓ ମିଲର୍ସମାନଙ୍କ ଦ୍ୱାରା ନିୟୋଜିତ ଏଜେଣ୍ଟମାନେ ଚାଷୀମାନଙ୍କୁ ହଇରାଣ କରୁଥିବା ଯୋଗୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷେ ସ୍ଥାନୀୟ ଏଜେଣ୍ଟଙ୍କୁ ହଟାଇବା ସହିତ କୁଟ୍ରୁ ପ୍ୟାକ୍ସରେ ନିୟୋଜିତ ଥିବା ଏଜେଣ୍ଟ ପବନ ଅଗ୍ରୱାଲଙ୍କୁ ଏହି ପ୍ୟାକ୍ସରୁ ବହିଷ୍କାର କରାଯିବା ପାଇଁ ଚାଷୀମାନେ ହାତରେ ପ୍ଲାକାର୍ଡ ଧରି ମୁଖ୍ୟରାସ୍ତା ଉପରେ ଧାନବସ୍ତା ରଖି ଅବରୋଧ କରିଥିଲେ। ରାସ୍ତାକୋରେ ଚାଷୀମାନଙ୍କ ମଧ୍ୟରେ ଶୁନିଲ ପାଟ୍ଟଯୋଷୀ, ବିଷ୍ଣୁ ପାଟ୍ଟଯୋଷୀ, ତରୁଣ ମାଝି, ବନବିହାରୀ ମାଝି, ଗଣପତି ମାଝି, ଦଶରଥ ନାଗ, ଦିଲୀପ ନାଗ, ଧିରେନ୍ଦ୍ର ମିତ୍ର, ଭାବନୀ ଶଙ୍କର ସାହୁ, ବିମ୍ବାଧର ପାଟ୍ଟଯୋଷୀ ପ୍ରମୁଖ ସମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri