‘ମଣ୍ଡାପିଠାର ମଜା’ ବାଟ ଦେଖାଇଲା

ସିମୁଳିଆ, ୫ା୮(ସନ୍ତୋଷ କୁମାର ନାୟକ): ଗାଁ ମାଟିର ବାସ୍ନା, ପାଣି ପବନର ଆକର୍ଷଣ ତାଙ୍କ ଜୀବନକୁ ପରିଷ୍‌ୃଷ୍ଟ କରିଛି। ଗ୍ରାମୀଣ ପରିବେଶରେ ଶିକ୍ଷାଲାଭ, ଶିକ୍ଷକ ଓ ପରିବାରର ପ୍ରେରଣା ତାଙ୍କୁ ବାଟ ଦେଖାଇଛି। ଚାକିରି ଜୀବନରେ ଗାଁ ଲୋକଙ୍କ ସହ ସମ୍ପର୍କ ଯୋଡିବାର ସୁଯୋଗ ତାଙ୍କ ଅନୁଭବକୁ କରିଛି ଅଧିକ ଶାଣିତ। ପିଲାଦିନୁ ସାହିତ୍ୟ ପ୍ରତି ରୁଚି ରଖି ଆସିଥିବାରୁ ଦୈନନ୍ଦିନର କାର୍ଯ୍ୟବ୍ୟବସ୍ଥା ସତ୍ତ୍ୱେ ସେ ଶତାଧିକ କିବତା, ପ୍ରବନ୍ଧ ଲେଖି ବିଭିନ୍ନ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ଯେବେ କିଛି ଫୁରସତ୍‌ ମିଳେ, ସେ ବିଭିନ୍ନ ପୁସ୍ତକ ଅଧ୍ୟୟନ କରିବା ସହ ଲେଖାଲେଖି କରିଥାନ୍ତି ବୋଲି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକରେ ଅବସ୍ଥାପିତ ବିଡ଼ିଓ ଡ. ନରହରି ବେହେରା କହିଛନ୍ତି।
ପ୍ରଶାସନିକ ସେବା ତାଙ୍କର ପେଶା ହୋଇଥିଲେ ବି ନିଶା ସାହିତ୍ୟ ରଚନା। ପ୍ରତିଦିନ ଅଫିସ କାର୍ଯ୍ୟ ସାରି ସନ୍ଧ୍ୟାରେ ଘରକୁ ଫେରି ରାତି ୧୨ଟା ପର୍ଯ୍ୟନ୍ତ ବିଭିନ୍ନ ବହି ପଢ଼ିଥାନ୍ତି । ଆଜିକାଲି ପିଲାଙ୍କ ମଧ୍ୟରେ ପଠନ ଅଭ୍ୟାସ କମିଯାଉଛି। ଯୁବତୀଯୁବକମାନେ ପଢ଼ନ୍ତି ନାହିଁ, କହନ୍ତି ବେଶୀ। ସେମାନେ ଉଚ୍ଚକୋଟିର ଲେଖା ପଢ଼ିଲେ, ନିଜ ମାନସିକତାକୁ ସେହିସ୍ତରକୁ ନେଇଯାଇ ପାରିବେ । ଏକ ସାକ୍ଷାତ୍‌କାରରେ ନରହରି ଏହି ବକ୍ତବ୍ୟ ରଖିବା ଅବସରରେ ନିଜ ପିଲାଦିନ କଥା ମନେ ପକାଇଥିଲେ। ସେ କହିଥିଲେ, ରେଡିଓରୁ ପୌରାଣିକ ନାଟକ ଶୁଣି ସେ ଲେଖାଲେଖି କରିବାକୁ ପ୍ରଥମେ ଚିନ୍ତା କରିଥିଲେ। ଗାଁ ସ୍କୁଲରେ ପଢୁଥିବା ବେଳେ ସେ ଲେଖିଥିଲେ ‘ମଣ୍ଡାପିଠାର ମଜ୍ଜା’ କବିତା । ଏହା ଏକ ପତ୍ରିକାରେ ପ୍ରକାଶ ପାଇଥିଲା। ଏଥିଲାଗି ତାଙ୍କୁ ମିଳିଥିଲା ବହୁ ପ୍ରଶଂସା । ଶିକ୍ଷକ ଅମର ପ୍ରସାଦ ବାରିକଙ୍କ ପ୍ରେରଣା ତାଙ୍କୁ ଲେଖାଲେଖି କରିବାକୁ ଉତ୍ସାହ ଯୋଗାଇଥିଲା। ପାଠ ପଢି ସାରି ଶିକ୍ଷକତା କରିବାକୁ ସେ ଲକ୍ଷ୍ୟ ରଖିଥିଲେ। ଶେଷରେ ଆଶା ପୂରଣ ହେଲା। ଗତ ତା୨୪ା୧୧ା୮୯ରିଖରେ ସେ ମୟୂରଭଞ୍ଜ ଜିଲାର ଜନତା ଉଚ୍ଚ ବିଦ୍ୟାପୀଠରେ ଚାକିରି ଜୀବନ ଆରମ୍ଭ କରିଥିଲେ। ଭଦ୍ରକ ଜିଲାର ସାବରଙ୍ଗ ଉଚ୍ଚ ବିଦ୍ୟାଳୟକୁ ପରେ ବଦଳି ହୋଇଥିଲେ। ୧୧ବର୍ଷ ଶିକ୍ଷକତା କରିବା ପରେ ପ୍ରଶାସନିକ ସେବା ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ। ଢେଙ୍କାନାଳ ଓ ବାଲେଶ୍ୱରରେ ବନ୍ଦୋବସ୍ତ ଅଧିକାରୀ, ବାସୁଦେବପୁରରେ ସହକାରୀ ତହସିଲଦାର, ନୀଳଗିରିରେ ରାଜସ୍ବ ଅଧିକାରୀ, ମାଲକାନାଗିରିରେ ଡେପୁଟି କଲେକ୍ଟର, ଧାମନଗରରେ ତହସିଲଦାର ଭାବେ ଦାୟିତ୍ୱ ତୁଲାଇ ଏବେ ଗତ ତା୧୬ା୮ା୧୮ରିଖରୁ ସିମୁଳିଆ ବିଡ଼ିଓ ଭାବେ କାର୍ଯ୍ୟ କରୁଛନ୍ତି ା
ନରହରିଙ୍କ ପରିବାର କହିଲେ ସ୍ତ୍ରୀ ଛବିଲତା ଏବଂ ଦୁଇଝଅ ଦେବଦତ୍ତା ଓ ଦେବୀଦତ୍ତା । ଛବିଲତା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ା ବଡ଼ଝିଅ ପ୍ରଶାସନିକ ସେବା ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି। ସାନଝିଅ ଯୁକ୍ତ୩ରେ ପଢୁଛନ୍ତି। ତାଙ୍କ ଜନ୍ମସ୍ଥାନ ଭଦ୍ରକ ଜିଲା ରାହାଞ୍ଜ ପଞ୍ଚାୟତର ବିଶ୍ୱନାଥପୁରରେ । ମାତା ସ୍ବର୍ଗତଃ ଭାମାମଣି ଓ ପିତା ବାସୁଦେବ ବେହେରା। ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ନେଇ ସେ ପଡ଼ୋଶୀ ଚଣ୍ଡିଗାଁରେ ପ୍ରାଥମିକରୁ ହାଇସ୍କୁଲ ପର୍ଯ୍ୟନ୍ତ ପାଠ ପଢିଥିଲେ। ପରେ ଭଦ୍ରକ ଜଲେଜରେ ପାଠ ପଢ଼ି ସଂସ୍କୃତରେ ଏମ୍‌ଫିଲ, ଓଡ଼ିଆରେ ପିଏଚ୍‌ଡ଼ି, ଇଂରାଜୀରେ ସ୍ନାତକ, ପାଠାଗାର ଓ ସୂଚନା ବିଜ୍ଞାନରେ ବିଏଡ୍‌ ପ୍ରଭୃତି ଶିକ୍ଷାଲାଭ କରଥିଲେ। ସାରସ୍ବତ ପ୍ରତିଭାର ସ୍ବୀକୃତି ସ୍ବରୂପ ତାଙ୍କୁ ମିଳିଛି ‘ଭଦ୍ରକ ଗୌରବ ସମ୍ମାନ’ ଓ ‘ଜୟଦେବ ସମ୍ମାନ’ । ଏଥିସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସମ୍ମାନୀତ ହୋଇଛନ୍ତି। ସାହିତ୍ୟ ସାଧନା ଭଳି ପ୍ରଶାସନିକ ସେବାକୁ ଲୋକାଭିମୁଖୀ କରିବା ତାଙ୍କ ଜୀବନର ଅନ୍ୟତମ ଲକ୍ଷ୍ୟ ବୋଲି ନରହରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri