Categories: ଫୁରସତ

ମଣିଷ ଭଳି ଏଆଇ ମେସିନ ବି ଲୋଡ଼େ ବିଶ୍ରାମ

ଓ୍ବାଶିଂଟନ,୯।୬: ଭଲ କାମ ପ୍ରଦର୍ଶନ ପାଇଁ ବିଶ୍ରାମ ଆବଶ୍ୟକ। ତେଣୁ ମଣିଷ କାମ ମଝିରେ ମଝିରେ ବିଶ୍ରାମ ନେବା ସହିତ ଶୋଇଥାନ୍ତି। ଏହାଦ୍ୱାରା ମସ୍ତିଷ୍କ ଚାପ ମୁକ୍ତ ରହିଥାଏ। ମଣିଷ ଭଳି ମେସିନ ମଧ୍ୟ କାମ ମଝିରେ ବିଶ୍ରାମ ଲୋଡ଼ିଥାଏ। ଏନେଇ ଆମେରିକା ଲସ୍‌ ଆଲାମୋସ୍‌ ଲାବୋରେଟୋରିରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମଣିଷ ଭଳି ମେସିନ୍‌ରେ ଥିବା ନ୍ୟୁରୋମରଫିକ୍‌ ପ୍ରୋସେସର କାମ ମଝିରେ ବିଶ୍ରାମ ଆବଶ୍ୟକ କରିଥାଏ। ବିଶ୍ରାମ ପରେ ପୁଣି ଏହା ପୂର୍ଣ୍ଣ କ୍ଷମତାରେ କାମ କରିପାରିଥାଏ ବୋଲି ରିପୋର୍ଟରେ କୁହାଯାଇଛି। ଏହା କମ୍ପ୍ୟୁଟର, ମୋବାଇଲ୍‌, ଟିଭି, ବିଭିନ୍ନ ଚିକିତ୍ସା ଉପକରଣ ସମେତ ସମସ୍ତ ଡିଜିଟାଲ ଏଆଇ(ଆର୍ଟିଫିସିଆଲ ଇଣ୍ଟେଲଜେନ୍ସ) ମେସିନ ପାଇଁ ଲାଗୁ ହୋଇଥାଏ ବୋଲି କମ୍ପ୍ୟୁଟର ବିଜ୍ଞାନୀ ପ୍ରଫେସର ୟେଜିଙ୍ଗ୍‌ ଓ୍ବାଟକିନ୍ସ୍‌ କହିଛନ୍ତି। ତେଣୁ ଏଆଇଯୁକ୍ତ ମେସିନ୍‌କୁ ଆବଶ୍ୟକ ଅନୁସାରେ ବିଶ୍ରାମ ଦେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

Share