ମଣିଷ ଦେହରେ କରୋନା ଟିକା :ପ୍ରଥମ ପ୍ରୟୋଗ ସଫଳ

ଓ୍ବାଶିଂଟନ,୨୦ା୫: ମହାମାରୀ କରୋନା ସଂକ୍ରମଣରୁ ମୁକ୍ତି ପାଇଁ ବିଭିନ୍ନ ଦେଶର ବୈଜ୍ଞାନିକମାନେ ଟିକା ଖୋଜିବାରେ ଲାଗିଛନ୍ତି। ବୈଜ୍ଞାନିକମାନଙ୍କ ୮୦ଟି ଟିମ୍‌ ମଧ୍ୟରୁ ଅନୂ୍ୟନ ୮ଟି ଟିକା ସନ୍ଧାନର ନିକଟତର ହୋଇଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କିଛିଦିନ ତଳେ କୁହାଯାଇଥିଲା। ଏଭଳିସ୍ଥଳେ ଆମେରିକାର ବାୟୋଟେକ୍‌ କମ୍ପାନୀ ‘ମୋଡର୍ନା ଇଙ୍କ୍‌’ ତାହାର କୋଭିଡ୍‌-୧୯ ଟିକାକୁ ମାନବ ଶରୀରରେ କରାଯାଇଥିବା ପରୀକ୍ଷାରେ ସକାରାତ୍ମକ ଫଳାଫଳ ମିଳିଥିବା ଦାବି କରିଛି। ଉକ୍ତ ଅଧ୍ୟୟନ ଗତ ମାର୍ଚ୍ଚ ମଧ୍ୟଭାଗରେ ସୁସ୍ଥ ସ୍ବେଚ୍ଛାସେବୀମାନଙ୍କୁ ନେଇ କରାଯାଇଥିଲା। ଏହି ଟିକା ମାଧ୍ୟମରେ ଶରୀରରେ ଯେଉଁ ଆଣ୍ଟିବଡି ଉତ୍ପନ୍ନ ହୁଏ ତାହା ଭୂତାଣୁକୁ ବହୁତ ଦୁର୍ବଳ କରିଥାଏ ବୋଲି କୁହାଯାଇଛି।
ଆମେରିକାର ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥଠାରେ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଆଲର୍ଜି ଏବଂ ଇନ୍‌ଫେକ୍ସିଅସ୍‌ ଡିଜିଜ୍‌ (ଏନ୍‌ଆଇଏଆଇଡି) ଦ୍ୱାରା ପରିଚାଳିତ ଏହି ଅଧ୍ୟୟନରେ ୧୮ରୁ ୫୫ ବର୍ଷ ବୟସର ୪୫ ଜଣ ସୁସ୍ଥ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୫ଜଣିଆ ୩ଟି ଗ୍ରୁପ୍‌କୁ ୩ ଭିନ୍ନ ଭିନ୍ନ ପରିମାଣର(ନିମ୍ନ, ମଧ୍ୟମ ଏବଂ ବଡ଼) ଡୋଜ୍‌ ଦିଆଯାଇଥିଲା। ମୋଡର୍ନା ଇଙ୍କ୍‌ ଅନୁଯାୟୀ, ପ୍ରାରମ୍ଭିକ ସଙ୍କେତଗୁଡିକ ଉତ୍ସାହଜନକ ଥିଲା। କରୋନା ଭାଇରସ୍‌ ବିରୋଧରେ ସେଥିରୁ ଯେଉଁ ଆଣ୍ଟିବଡି ସୃଷ୍ଟି ହୁଏ ତାହା ସଂକ୍ରମଣରୁ ମୁକ୍ତ ହୋଇଥିବା ଲୋକଙ୍କ ପ୍ଲାଜ୍‌ମାରେ ଦେଖାଯାଉଥିବା ଆଣ୍ଟିବଡି ତୁଳନାରେ ସମାନ କିମ୍ବା ଅଧିକ। ପ୍ରଥମ ପର୍ଯ୍ୟାୟ ଅଧ୍ୟୟନ ପ୍ରକୃତରେ ଟିକାର କାର୍ଯ୍ୟକାରିତା ମାପିବା ପାଇଁ ନୁହେଁ, ମୁଖ୍ୟତଃ ସୁରକ୍ଷା ଉପରେ ଧ୍ୟାନ ଦିଆଯାଇଛି। ପ୍ରାଥମିକ ବିଶ୍ଳେଷଣକୁ ଆଧାରକରି କମ୍ପାନୀ ରିପୋର୍ଟ କରିଛି ଯେ, ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୮ଜଣଙ୍କ ଆଣ୍ଟିବଡି (୪ଟି ନିମ୍ନ ଡୋଜ ଏବଂ ୪ଟି ମଧ୍ୟମ ଡୋଜ ଦିଆଯାଇଥିବା) ଲାବ୍‌ରେ ଭୂତାଣୁକୁ ପ୍ରଭାବହୀନ କରିଦେଉଛି। ଏହି ଫଳାଫଳ ଦେଖି ଆମେ ଆନନ୍ଦିତ ହୋଇଥିଲୁ। କାରଣ ଆମ ଆଶା ଅନୁଯାୟୀ ପ୍ରାୟ ସବୁ ଦିଗରୁ ସଫଳତା ମିଳିଛି ବୋଲି ମୋଡର୍ନାର ସଭାପତି ଡ. ଷ୍ଟିଫେନ୍‌ ହୋଗ୍‌ କହିଛନ୍ତି। ଏହି ଟିକା ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଏବଂ ଶ୍ରେଷ୍ଠ ଉତ୍ପାଦ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଟିକାର ପାର୍ଶ୍ୱ ପ୍ରତିିକ୍ରିୟା ମଧ୍ୟ ଦେଖିବାକୁ ମିଳିଥିଲା। ଯେଉଁ ବ୍ୟକ୍ତିଙ୍କୁ ଟିକାର ବଡ଼ ଡୋଜ୍‌ ଦିଆଯାଇଥିଲା, ତାଙ୍କଠାରେ ଜ୍ୱର, ମାଂସପେଶୀ ଯନ୍ତ୍ରଣା ଭଳି ଲକ୍ଷଣ ଦେଖିବାକୁ ମିଳିଥିଲା। ମଧ୍ୟମ ଡୋଜ୍‌ ଗ୍ରହଣ କରିଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ଇଞ୍ଜେକ୍ସନ ଦିଆଯାଇଥିବା ସ୍ଥାନର ଚାରିପାଖ ଚର୍ମ ଲାଲ ହୋଇଯାଇଥିଲା। ଏହାସହିତ ଜ୍ୱର, ବାନ୍ତି, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବିନ୍ଧା ଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ହେଲେ ପ୍ରାୟ ସମସ୍ତ ଲକ୍ଷଣ ଗୋଟିଏ ଦିନ ମଧ୍ୟରେ ଭଲ ହୋଇଯାଇଥିଲା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଟିକାର ଦ୍ୱିତୀୟ ପର୍ଯ୍ୟାୟ ଅଧ୍ୟୟନ ପାଇଁ ଆମେରିକାର ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡମିନିଷ୍ଟ୍ରେଶନ୍‌ (ଏଫ୍‌ଡିଏ) ମଞ୍ଜୁରୀ ଦେଇସାରିଛି। ଏଥିରେ ପ୍ରାୟ ୬୦୦ ସୁସ୍ଥ ସ୍ବେଚ୍ଛାସେବୀଙ୍କୁ ସାମିଲ କରାଯିବ। ସେମାନଙ୍କୁ ଦୁଇଟି ଡୋଜ୍‌ ଦିଆଯିବ। ସେଥିମଧ୍ୟରୁ ଗୋଟିଏ ଡୋଜ୍‌ର ମାତ୍ରା ନିମ୍ନ ଡୋଜ୍‌ଠାରୁ ସାମାନ୍ୟ ଅଧିକ ରହିବ। ଏହାସହିତ ମଧ୍ୟମ ଡୋଜ୍‌ ମଧ୍ୟ ଦିଆଯିବ। ଏହି ଦୁଇ ଡୋଜ୍‌ ଶକ୍ତିଶାଳୀ ରୋଗ ପ୍ରତିରୋଧକ ପ୍ରତିକ୍ରିୟା ଉତ୍ପନ୍ନ କରିବା ପାଇଁ ଉପଯୁକ୍ତ ମନେ କରାଯାଉଛି। କମ୍ପାନୀ ପକ୍ଷରୁ ଆଶା କରାଯାଉଛି ଯେ, ଏହି ଅଧ୍ୟୟନ ଜୁନ୍‌ରେ ଆରମ୍ଭ ହେବ ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଭଳି କରୋନା ଭାଇରସ୍‌ ସଂସ୍ପର୍ଶରେ ଆସିବାର ଅଧିକ ଆଶଙ୍କା ଥିବା ବ୍ୟକ୍ତିମାନଙ୍କୁ ଏଥିରେ ସାମିଲ କରାଯାଇପାରେ। ଏହି ଅଧ୍ୟୟନ ନିର୍ଣ୍ଣୟ କରିବ ଯେ, ପ୍ରାୟତଃ ଜୁଲାଇରେ ହେବାକୁ ଥିବା ୩ୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଅଧ୍ୟୟନ ପାଇଁ କେଉଁ ମାତ୍ରାର ଡୋଜ୍‌ ବ୍ୟବହାର କରାଯିବ। କୋଭିଡ୍‌-୧୯ ବିରୋଧରେ ଟିକାର ଜରୁରୀ ଆବଶ୍ୟକତାକୁ ଆଧାରନ୍‌କରି ଏଫ୍‌ଡିଏ ଗତ ୧୨ ତାରିଖରେ ମୋଡର୍ନା ଟିକାକୁ ଫାଷ୍ଟ ଟ୍ରାକ୍‌ର ମାନ୍ୟତା ଦେଇଥିଲା, ଯାହା ନିୟାମକ ଏଜେନ୍ସିର ସମୀକ୍ଷା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବ ବୋଲି କୁହାଯାଉଛି।
ମୋଡର୍ନା ଏହି ଟିକା ପ୍ରସ୍ତୁତି ପାଇଁ ଆର୍‌ଏନ୍‌ଏ ଟେକ୍ନୋଲୋଜି ବ୍ୟବହାର କରିଛି। ଭୂତାଣୁ କିମ୍ବା ଏହାର ପ୍ରୋଟିନର ନିଷ୍କ୍ରିୟ ଅଂଶକୁ ଜେନେଟିକ୍‌ ଇଞ୍ଜିନିୟରିଂ ମାଧ୍ୟମରେ ଟିକା ଆକାରକୁ ଅଣାଯାଏ। ତାହାକୁ ଶରୀରକୁ ଇଞ୍ଜେକ୍ଟ କରାଗଲେ ପ୍ରତିକ୍ରିୟା ସ୍ବରୂପ ଆଣ୍ଟିବଡି ତିଆରି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri