ମଣିରତ୍ନମଙ୍କ ଫିଲ୍ମରେ ଐଶ୍ୱର୍ଯ୍ୟା

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଫିଲ୍ମ ନିର୍ଦ୍ଦେଶକ ମଣିରତ୍ନମଙ୍କ ଯୋଡି ଅନେକ ବର୍ଷ ପରେ ପୁଣି ଥରେ ପରଦାରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ମଣିରତ୍ନମଙ୍କର ଆଗାମୀ ତାମିଲ ଫିଲ୍ମ ‘ପୋନିୟନ୍‌ ସେଲଭନ୍‌’ ଦଶମ ଶତାବ୍ଦୀର ମହାନ୍‌ ସମ୍ରାଟ୍‌ ଅରୁଲମୋଝି ବର୍ମନଙ୍କ ଜୀବନୀ ଉପରେ ଆଧାରିତ। ପୋନିୟନ୍‌ ସେଲଭନ ୨୪ ଶହ ପୃଷ୍ଠାର କଲ୍‌କି କୃଷ୍ଣମର୍ତ୍ତିଙ୍କ ଦ୍ୱାରା ଲିଖିତ ବିଂଶ ଶତାବ୍ଦୀର ଏକ ପ୍ରସିଦ୍ଧ ତାମିଲ ଐତିହାସିକ ଉପନ୍ୟାସ ଅଟେ। ଏହି ଐତିହାସିକ ଉପନ୍ୟାସ ୫ଟି ସଂସ୍କରଣରେ ଲେଖାଯାଇଛି, ଯାହା ଅରୁଲମୋଝିଙ୍କର କାହାଣୀ ବର୍ଣ୍ଣନା କରୁଛି। ଏହି ପ୍ରୋଜେକ୍ଟକୁ ନେଇ ମଣିରତ୍ନମ ଦୀର୍ଘଦିନ ହେଲା ପ୍ରସ୍ତତ ହେଉଛନ୍ତି। ଏହି ବର୍ଷ ଶେଷ ସୁଦ୍ଧା ଏହି ଫିଲ୍ମର ସୁଟିଂ ଆରମ୍ଭ ହେବାର ସମ୍ଭାବନା ଅଛି। ଐଶ୍ୱର୍ଯ୍ୟା ୧୯୯୭ରେ ମଣିରତ୍ନମଙ୍କ ତାମିଲ ଫିଲ୍ମ ‘ଇରୁବର’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହି ତାମିଲ ଫିଲ୍ମ ବ୍ୟତୀତ ମଣିରତ୍ନମ୍‌ଙ୍କର ହିନ୍ଦୀ ଫିଲ୍ମ ‘ରାବଣ’ ଓ ‘ଗୁରୁ’ ମଧ୍ୟ ଐଶ୍ୱର୍ଯ୍ୟା ତାଙ୍କ ସହିତ କାମ କରିଥିଲେ।

Share