Categories: ଜାତୀୟ

ମଣିପୁର-ତ୍ରିପୁରା-ମେଘାଳୟ ସ୍ଥାପନା ଦିବସ: ଅଭିନନ୍ଦନ ଜଣାଇଲେ ମୋଦି

ନୂଆଦିଲ୍ଲୀ, ୨୧।୧: ମଣିପୁର-ତ୍ରିପୁରା-ମେଘାଳୟର ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍‌ କରି ତିନି ରାଜ୍ୟର ଜନସାଧାରଣଙ୍କୁ ଅଲଗା ଅଲଗା ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ଦେଶର ବିକାଶରେ ତ୍ରିପୁରାର ପରମ୍ପରାର ଯୋଗଦାନ ନେଇ ସେ ପ୍ରଶଂସା କରିଛନ୍ତି। ଏହା ତ୍ରିପୁରାର ଜନସାଧାରଣଙ୍କ କଠିନ ପରିଶ୍ରମ ଯୋଗୁ ସମ୍ଭବ ହୋଇପାରିଥିବା ସେ କହିଛନ୍ତି। ସେହିପରି ମେଘାଳୟର ପରମ୍ପରା, ଲୋକଗୀତ ତଥା ପରିବେଶ ସଂରକ୍ଷଣ ଯୋଜନା ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରିଥିବା ମୋଦି ଟୁଇଟ୍‌ କରିଛନ୍ତି। ମଣିପୁରର ସଂସ୍କୃତି ଦେଶରେ ଏକ ଉଲ୍ଲେଖନୀୟ ସ୍ଥାନ ସୃଷ୍ଟି କରିପାରିଛି। ରାଜ୍ୟର ଜନସାଧାରଣ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ବେଶ୍‌ ଖ୍ୟାତି ଅର୍ଜନ କରିପାରିଛନ୍ତି। ଏହା ଆଗାମୀ ଦିନରେ ଜାରି ରହୁ ବୋଲି ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି।

Share