Categories: ଫୁରସତ

ମଝି ରାସ୍ତାରେ ହାତୀକୁ ଦେଖି ସାଇକେଲ୍‌ ଧରି ଧାଇଁଲେ ବ୍ୟକ୍ତି, ହେଲେ …

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ମଝି ରାସ୍ତାରେ ଏକ ହାତୀକୁ ଦେଖି ଜଣେ ବ୍ୟକ୍ତି ଡ଼ରିକି ସାଇକେଲ୍‌ ଧରି ଧାଉଁଥିବା ଦେଖିବାକୁ ମିଳୁଛି। ପରେ ଅନ୍ୟପଟୁ ଆସୁଥିବା ଗାଡ଼ିମାନେ ମଧ୍ୟ ହାତୀକୁ ଦେଖି ଡରରେ ଗାଡ଼ିକୁ ପଛକୁ ନେଉଛନ୍ତି। ମାତ୍ର ହାତୀଟି ତା ନିଜ ସାଥୀମାନଙ୍କୁ ଖୋଜୁ ଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 

Share