Categories: ଜାତୀୟ

ମଝି ରାସ୍ତାରେ ଜଳିଲା ବସ୍‌: ୫୬ ଯାତ୍ରୀ ଉଦ୍ଧାର

ଅହମ୍ମଦାବାଦ୍‌, ୧୬।୬: ଗୁଜରାଟର ଅହମ୍ମଦାବାଦ୍‌-ବଡ଼ୋଦରା ଏକ୍ସପ୍ରେସ୍‌ ହାଇଓ୍ବେରେ ଘଟିଛି ଏକ ଅଭାବନୀୟ ଘଟଣା। ଆନନ୍ଦ ଜିଲାର ବାସଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ରେ ମଝି ରାସ୍ତାରେ ଅଗ୍ନିକାଣ୍ଡ ଘଟିଛି। ତେବେ ବସ୍‌ରେ ଯାତ୍ରା କରୁଥିବା ୫୬ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ କାବୁ କରିଥିଲେ। ଶର୍ଟ ସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ କହିଛି।

Share