Categories: ଜାତୀୟ

ମଝି ରାସ୍ତାରେ କାର୍‌ରେ ନିଆଁ ଲଗାଇ ଫାଇରିଙ୍ଗ୍‌ କଲେ ଯୁବକ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ମଥୁରା,୨୬।୯: ଉତ୍ତରପ୍ରଦେଶ ମଥୁରାରେ ଜଣେ ଯୁବକ ମଝିରାସ୍ତାରେ ନିଜ କାର୍‌କୁ ନିଆଁ ଲଗାଇ ଜଳାଇ ଦେଇଛନ୍ତି। ଏହା ସହିତ ସେ ଫାଇରିଙ୍ଗ୍‌ ମଧ୍ୟ କରିଛନ୍ତି। ଯୁବକ ଜଣଙ୍କ ସ୍ଥାନୀୟ ଦାମୋଦରପୁରାର ଶୁଭମ୍‌ ଚୌଧୁରୀ। ସେ ତାଙ୍କ କମ୍ପାନୀ ପାର୍ଟନର ଅଞ୍ଜନା ଶର୍ମା ଏବଂ ତାଙ୍କ ତିନି ସନ୍ତାନଙ୍କ ସହିତ କାର୍‌କୁ ହଠାତ୍‌ ମଝି ରାସ୍ତାରେ ରଖିଦେଇଥିଲେ। ଏଥରୁ ଅଞ୍ଜନା ଏବଂ ତିନି ସନ୍ତାନ ଓହ୍ଲାଇବା ପରେ ଶୁଭମ୍‌ ଏଥିରେ ନିଆଁ ଲଗାଇଦେଇଥିଲେ। ଉଭୟ ଅଞ୍ଜନା ଏବଂ ଶୁଭମ୍‌ ପିସ୍ତଲରୁ ଗୁଳି ଫୁଟାଇବା ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚିବାରୁ ଶୁଭମ୍‌ ଏକ ମାଇକ୍‌ ଲଗାଇଥିଲେ। ସେ ମାଇକ୍‌ରେ ସେମାନେ ସରକାରୀ ପକ୍ଷପାତିତାର ଶିକାର ହୋଇଥିବା କଥା କହିଥିଲେ। ଶେଷରେ ପୋଲିସ ସେମାନଙ୍କୁ କାବୁ କରି ପଚରାଉଚରା ଜାରି ରଖିଛି। ଏହି ଘଟଣା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share