ମଝି ଆକାଶରେ ୨ ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା: ୨ ପାଇଲଟ ମୃତ

ଓ୍ବିଲିଂଟନ୍‌,୧୬।୬: ନ୍ୟୁଜିଲାଣ୍ଡ୍‌ରେ ମଝି ଆକାଶରେ ୨ ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବିମାନରେ ଥିବା ୨ ପାଇଲଟଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ ୪ ଜଣ ଲୋକ ଧକ୍କା ଲାଗିବା ପୂର୍ବରୁ ପାରାଚୁଟ୍‌ରେ ତଳକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ମାଷ୍ଟରଯୋନ୍‌ ସହରର ହୁଡ୍‌ ବିମାନ ବନ୍ଦର ନିକଟରେ ଅବତରଣ ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଧକ୍କା ଲାଗିବା ଯୋଗୁ ମଝି ଆକାଶରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିବା ଦେଖାଣାହାରୀ କହିଛନ୍ତି। କିଛି ସମୟ ପାଇଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। କିଛି ସମୟ ଧରି ଆକାଶରୁ ଖଣ୍ଡ ଖଣ୍ଡ ନିଆଁ ହୁଳା ଖସିବାରେ ଲାଗିଥିଲା।

Share