ମଙ୍ଗ ଧରିଛନ୍ତି/ତଥାଗତ ସତପଥୀ

କର୍ନାଟକରେ ରାଜନୈତିକ ସଙ୍କଟ ଦୂର ହୋଇପାରୁ ନାହିଁ। ଇସ୍ତଫା ଦେଇଥିବା ବିଧାୟକଙ୍କ ପତ୍ରକୁ ବାଚସ୍ପତି ଗ୍ରହଣ କରିବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ୧୭ ଜୁଲାଇରେ ଶୁଣାଣି କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ୧୬ ଜୁଲାଇରେ କହିଛନ୍ତି। ସାଧାରଣ ଭାରତୀୟ ଉଚ୍ଚତମ ନ୍ୟାୟାଳୟର ଏହି ତତ୍ପରତାକୁ ନିଶ୍ଚିତ ଭାବେ ପ୍ରଶଂସା କରିବେ। ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ନ୍ୟାୟ ପାଇବା କେଉଁଭଳି ବିଳମ୍ବିତ ହୁଏ, ତାହା ପ୍ରାୟ ସମସ୍ତେ ଜାଣନ୍ତି। ସେଥିପାଇଁ ରତନ ଟାଟା କିମ୍ବା ଅମ୍ବାନୀ ଭ୍ରାତାଙ୍କ ମାମଲାକୁ ଯେଉଁଭଳି ଅତିଶୀଘ୍ର ମୀମାଂସା କରିଦିଆଯାଏ, ସେହିଭଳି ଭାବେ ପ୍ରତ୍ୟେକ ଦିନ କର୍ନାଟକ ବିଦ୍ରୋହୀ ବିଧାୟକଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏକ ସ୍ବାଗତଯୋଗ୍ୟ ନଜିର ସୃଷ୍ଟି କରୁଛନ୍ତି। ଏହିଭଳି ତ୍ୱରିତ ନ୍ୟାୟ ସାଧାରଣ ନାଗରିକଙ୍କୁ ମଧ୍ୟ ମିଳିପାରିବ ବୋଲି ଯେଉଁ ଆଶା ଜାଗ୍ରତ ହେଉଛି, ତାହାକୁ ବିଚାରପତିମାନେ ସମ୍ମାନ ଦେଇପାରିବେ କି ନାହିଁ ଦେଖିବାକୁ ଜନସାଧାରଣ ଆଗ୍ରହର ସହ ଦୀର୍ଘଦିନ ଧରି ଅପେକ୍ଷା କରି ବସିଛନ୍ତି। କହିବା ପାଇଁ କୁହାଯାଏ, ନ୍ୟାୟ ବ୍ୟବସ୍ଥା ସମସ୍ତଙ୍କ ପାଇଁ ସମାନ ଆଭିମୁଖ୍ୟ ପୋଷଣ କରିଥାଏ। କିନ୍ତୁ ବାସ୍ତବ ପରିସ୍ଥିତି ସବୁବେଳେ ସମ୍ପୂର୍ଣ୍ଣ ଭିନ୍ନ ହେଉଥିବାର ଦେଖିବାକୁ ମିଳୁଛି।
ଏବେ କର୍ନାଟକ ସହିତ ଗୋଆ ରାଜନୀତି ଏକସଙ୍ଗେ ମୁଣ୍ଡ ଟେକିଥିବାରୁ ନ୍ୟାୟାଳୟ ଉପରେ ରାଜନୈତିକ ଚାପ ରହିଛି ବୋଲି କହିବା ଉଚିତ ହେବ ନାହିଁ। ସେହି ଦୁଇ ରାଜ୍ୟର ରାଜନୀତିକୁ ଦେଖିଲେ, କର୍ନାଟକ ତ୍ରିଶଙ୍କୁ ଅବସ୍ଥାରେ ଥିବା ବେଳେ ଗୋଆରେ ଯେଉଁଭଳି ଭାବେ ୧୫ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୦ ଜଣ ଦଳବଦଳ କରି ଭାଜପାରେ ଯୋଗଦେଲେ, ତାହା ଏବେ ଦେଶର ରାଜନୈତିକ ବାତାବରଣକୁ ଚଳଚଞ୍ଚଳ କରିଦେଇଛି। କର୍ନାଟକ ବିଧାନସଭାରୁ କଂଗ୍ରେସ ଓ ଜେଡି(ଏସ୍‌)ର ୧୬ ଜଣ ସଦସ୍ୟ ଇସ୍ତଫା ଦେବା ପରେ ୯ ଜୁଲାଇରେ ଲୋକ ସଭାରେ କଂଗ୍ରେସ ଦଳ ନେତା ଅଧୀର ରଞ୍ଜନ ଚୌଧରୀ ଭାଜପା ବିରୋଧରେ ଅଭିଯୋଗ ଆଣିଥିଲେ। ଦଳବଦଳ ଷଡ଼ଯନ୍ତ୍ର କରି ଭାଜପା ଫାଇଦା ନେବାକୁ ପ୍ରୟାସ କରୁଛି ବୋଲି ସେ କହିଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ବିଧାୟକ ଶିକାର ପ୍ରସଙ୍ଗ ଗୃହରେ ଉଠାଇଥିଲେ। ହେଲେ ଏହାର କୌଣସି ପ୍ରଭାବ ଭାଜପା ଉପରେ ପଡ଼ି ନ ଥିଲା। ବରଂ ଅଣଭାଜପା ରାଜ୍ୟରେ କିଭଳି ଶାସନ ପ୍ରତିଷ୍ଠା କରି ହେବ, ସେହି ଲକ୍ଷ୍ୟରେ ଧାଉଁଥିବା ଗୈରିକ ଦଳ ନିଜ ସ୍ଥିତି ମଜଭୁତ କରିବାରେ ବ୍ୟସ୍ତ। ଗୋଆରେ ଭାଜପା ସରକାର ଥିଲେ ମଧ୍ୟ ସଂଖ୍ୟାକୁ ସୁଦୃଢ଼ କରିବା ଲାଗି କଂଗ୍ରେସ ବିଧାୟକଙ୍କୁ ନିଜ ସପକ୍ଷକୁ ଆଣି ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ୧୩ ଜୁଲାଇରେ ମନ୍ତ୍ରୀ ପଦ ଦିଆଯାଇଛି। ରାଜନୀତିରେ କେହି ସ୍ଥାୟୀ ବନ୍ଧୁ ଓ ଶତ୍ରୁ ନ ଥିବା କଥା କୁହାଯାଇଥାଏ। ମନୋହର ପାରିକରଙ୍କ ଦେହାନ୍ତ ପରେ ପ୍ରମୋଦ ସାଓ୍ବନ୍ତ ଗୋଆର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେତେବେଳେ ଭାଜପା ସହଯୋଗୀ ଗୋଆ ଫରଓ୍ବାର୍ଡ ପାର୍ଟି (ଜିଏଫ୍‌ପି)ରୁ ୩ ଜଣଙ୍କୁ ମନ୍ତ୍ରୀ କରାଯାଇଥିଲା। ହେଲେ ଏବେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହେବା ପରେ ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦିଆଯାଇ ନୂଆ କରି ସାମିଲ ହୋଇଥିବା କଂଗ୍ରେସ ବିଧାୟକଙ୍କୁ ମନ୍ତ୍ରିପଦ ଦିଆଯାଇଛି। ଏହି ଘଟଣାରୁ ପ୍ରମାଣିତ ହେଲା ଯେ, ଉଭୟ ଜାତୀୟ ଦଳ କଂଗ୍ରେସ ଓ ଭାଜପା ସମାନ ଚରିତ୍ର ପୋଷଣ କରିଥାଆନ୍ତି। ପୂର୍ବରୁ କୁହାଯାଉଥିଲା, କଂଗ୍ରେସ ସହିତ ମେଣ୍ଟ କରି ସରକାର ଗଢ଼ିବା ବୁଦ୍ଧିମାନର କାମ ନୁହେଁ, କାରଣ ଚରଣ ସିଂଙ୍କଠାରୁ ଚନ୍ଦ୍ରଶେଖରଙ୍କ ପର୍ଯ୍ୟନ୍ତ ସବୁ ସରକାରକୁ ଭାଙ୍ଗିବା ପଛରେ କଂଗ୍ରେସ ତା’ର ସମର୍ଥନ ପ୍ରତ୍ୟାହାର କରିଥିବାର ଉଦାହରଣ ରହିଛି। ଏବେ ଗୋଆ ଘଟଣାକୁ ଦେଖିଲେ ଭାଜପା ନିଜର ସୁବିଧା ପାଇଁ ଜିଏଫ୍‌ପିଠାରୁ ସାହାଯ୍ୟ ଲୋଡ଼ି ୧୪ ମାର୍ଚ୍ଚ ୨୦୧୭ରୁ ପ୍ରଥମେ ମନୋହର ପାରିକର ଓ ପରେ ସାଓ୍ବନ୍ତଙ୍କ ସରକାରକୁ ଆଜି ପର୍ଯ୍ୟନ୍ତ ସ୍ଥିରତାର ସହିତ ରଖି ଆସିଥିଲା। ଆଜି ଯେତେବେଳେ କଂଗ୍ରେସର ବିଦ୍ରୋହୀମାନେ ସିଧାସଳଖ ଭାଜପାରେ ମିଶିଲେ, ସେତେବେଳେ ସବୁ ନୈତିକ ଭାଷଣକୁ ସମୁଦ୍ର ଢେଉରେ ଭସାଇ ଦେଇ ଦଳବଦଳକାରୀଙ୍କୁ ପୁରସ୍କୃତ କରାଯାଇଛି। ଏଥିରୁ ବୁଝିବାକୁ ହେବ ଯେ, କୌଣସି ଦଳରେ ନୈତିକତା କିମ୍ବା ରାଜନୈତିକ ବିଶ୍ୱାସକୁ ଗୁରୁତ୍ୱ ଦିଆଯାଉ ନାହିଁ।
ଗୋଟିଏପଟେ କ୍ଷମତାକୁ ସହଯୋଗ କରିବା ଲାଗି ଉତ୍କଣ୍ଠାର ସହ ଅପେକ୍ଷା କରି ବସିଥିବା ନ୍ୟାୟାଳୟ ଏବଂ ଅନ୍ୟପଟେ ସୁବିଧାବାଦ ବ୍ୟତୀତ କୌଣସି ସ୍ପଷ୍ଟ ଚିନ୍ତାଧାରାରେ ବିଶ୍ୱାସ ନ ରଖୁଥିବା ରାଜନୈତିକ ବ୍ୟବସ୍ଥା ଏବେ ମିଳିମିଶି ଭାରତର ଭବିଷ୍ୟତ ସୃଷ୍ଟି କରିବା ପାଇଁ ମଙ୍ଗ ଧରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri