Categories: ଜାତୀୟ

ମଙ୍ଗଳ ଗ୍ରହର ପରୀକ୍ଷା ପାଇଁ ମାତା-ନା-ମଢ଼ରେ ଆମେରିକା ମହାକାଶ ବିଜ୍ଞାନୀ ଟିମ୍‌

ଭୁଜ,୯।୩: ଗୁଜରାଟ ଭୁଜ ଅଞ୍ଚଳରେ ଥିବା ମାତା-ନା-ମଢ଼ରେ ଆମେରିକା ମହାକାଶ ବିଜ୍ଞାନୀ ଟିମ୍‌ ପହଞ୍ଚି ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛନ୍ତି। ଏହି ଅଞ୍ଚଳର ମୃତ୍ତିକା ମଙ୍ଗଳ ଗ୍ରହର ପୃଷ୍ଠତଳ ସହିତ ମେଳ ଖାଉଛି। ତେଣୁ ମହାକାଶ ବିଜ୍ଞାନୀ ଏଠାରେ ପରୀକ୍ଷା ଜାରି ରଖିଛନ୍ତି। ଏଠାରେ ବାସାଲ୍ଟ ଟେରେନ୍‌ ଜିରୋସାଇଟ୍‌ ରହିଛି। ଯାହାକି ମଙ୍ଗଳ ଗ୍ରହରେ ମଧ୍ୟ ଥିବା କୁହାଯାଉଛି। ଇସ୍ରୋ, ଖଡ଼ଗପୁର ଆଇଆଇଟି ଏବଂ ହାଇଦ୍ରାବାଦ୍‌ ଜିଓଫିଜିକାଲ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏଠାରେ ମିଳିତ ଭାବେ ଅଧ୍ୟୟନ ମଧ୍ୟ ଜାରି ରହିଛି। ଏହି ଅଧ୍ୟୟନ ଅଗାମୀ ଦିନରେ ଇସ୍ରୋର ମଙ୍ଗଳ ମିଶନ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଖଡ଼ଗପୁର ଆଇଆଇଟିର ପ୍ରଫେସର ସାଇବଲ ଗୁପ୍ତା ସୂଚନା ଦେଇଛନ୍ତି।

Share