ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୁଧୁରୁନି ସମସ୍ୟା: ପୂରଣ ହେଲାନି ଗୋଟିଏ ବି ପ୍ରତିଶ୍ରୁତି, ରୋଗୀ ଭୋଗୁଛନ୍ତି ଦୁର୍ଦ୍ଦଶା

ଦଶରଥପୁର,୧ା୯(ଡି.ଏନ୍‌.ଏ.)- ରୋଗୀଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ଯୋଗାଇ ଦେଉଛନ୍ତି। ଏହାସତ୍ତ୍ୱେ ରୋଗୀ ଏହି ସେବାରୁ ବଞ୍ଚତ୍ତ ହୋଇ ହନ୍ତସନ୍ତ ହେଉଥିବା ପରିଲକ୍ଷିତ ହେଉଛି। ବିଭାଗୀୟ ଅଧିକାରୀ ତଥା ନେତାଙ୍କ ଅବହେଳା ଓ ଅଣଦେଖା ପାଇଁ ରୋଗୀଙ୍କ ପାଇଁ ହେଉଥିବା ଯୋଜନା ଠିକ୍‌ଭାବେ ରୂପାୟନ ହୋଇପାରୁ ନାହିଁ। ଏହାର ଉଦାହରଣ ଦଶରଥପୁର ବ୍ଲକର ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ପଡ଼ୋଶୀ ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ଦୈନିକ ଶହଶହ ରୋଗୀ ଆସିଥାନ୍ତି। ମାତ୍ର ରୋଗୀ ସଂଖ୍ୟା ତୁଳନାରେ ଡାକ୍ତର ଓ ନର୍ସଙ୍କର ଅଭାବ ରହିଛି। ତଥାପି କିଛିମାସ ତଳେ ସ୍ବାସ୍ଥ୍ୟକେନ୍ଦ୍ରରେ ଯୋଗ ଦେଇଥିବା ଡାକ୍ତର ଉମାକାନ୍ତ ମଲ୍ଲିକ୍‌ ଅଧିକ ସମୟ ଡ୍ୟୁଟି କରି ଏହି ସମସ୍ୟା ସମ୍ଭାଳି ନେବାକୁ ଉଦ୍ୟମ ଜାରି ରଖିଥିଲେ ହେଁ ଆନୁସଙ୍ଗିକ ସେବା ନ ପାଇ ରୋଗୀମାନେ ନାହଁି ନ ଥିବା ଦୁର୍ଦ୍ଦଶା ଭୋଗୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ବ୍ଲକ ଅଧ୍ୟକ୍ଷାଅଧ୍ୟକ୍ଷ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରୋଗୀ କଲ୍ୟାଣ ସମିତି (ଆର୍‌କେଏସ୍‌)ର ଅଧ୍ୟକ୍ଷ ରହିବାକୁ ନିୟମ ରହିଥିଲାବେଳେ ପ୍ରାୟ ୪ବର୍ଷ ତଳେ ରାଜ୍ୟ ସରକାର ଏହି ନିୟମରେ ପରିବର୍ତ୍ତନ କରିଛନ୍ତି। ତେବେ ବ୍ଲକ ଅଧ୍ୟକ୍ଷାଅଧ୍ୟକ୍ଷଙ୍କ ସ୍ଥାନରେ ବିଧାୟିକା ଏବଂ ବିଧାୟକ ନିଜ ନିର୍ବାଚନ ମଣ୍ଡଳୀରେ ରହୁଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆର୍‌କେଏସ୍‌ର ଅଧ୍ୟକ୍ଷ ରହିବାକୁ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିଛନ୍ତି। ଏହି ପର୍ଯ୍ୟାୟରେ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଟି ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଥାଲକୁଡି ପଞ୍ଚାୟତ ଥାଲକୁଡି ପ୍ଲଟ୍‌ ଖାତା ଓ ମୌଜାରେ ରହିଥିବାବେଳେ ମଙ୍ଗଳପୁର ପଞ୍ଚାୟତ ଯାଜପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ। ତେଣୁ ଏହି ସ୍ବାସ୍ଥ୍ୟକେନ୍ଦ୍ରର ଆର୍‌କେଏସ୍‌ର ଅଧ୍ୟକ୍ଷ ପଦକୁ ନେଇ ଦୁଇ ନିର୍ବାଚନମଣ୍ଡଳୀର ବିଧାୟକଙ୍କ ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଲାଗି ରହଛି। ଏହି କାରଣରୁ ଦୀର୍ଘ ୩ ବର୍ଷ ଧରି ଏଠାରେ କେହି ଅଧ୍ୟକ୍ଷ ପଦରେ ନ ଥିଲେ। ଫଳରେ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବହୁ ସମସ୍ୟା ସୃଷ୍ଟି ହୋଇଥିଲା। ଏହାପରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏହି ସ୍ବାସ୍ଥ୍ୟକେନ୍ଦ୍ର ଆର୍‌କେଏସ୍‌ ଅଧ୍ୟକ୍ଷ ହେବାପରେ ୨୦୧୮ ଜୁଲାଇ ୪ରେ ସମ୍ପୃକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଆର୍‌କେଏସ୍‌ ବୈଠକ ବସିଥିଲା। ଏହି ବୈଠକ ସମୟରେ ୫ଦିନ ମଧ୍ୟରେ ଏକ ଆମ୍ବୁଲାନ୍ସ ଓ ଆବଶ୍ୟକ ଥିବା ୫ଟି ଏସି, ସ୍ବାସ୍ଥ୍ୟକେନ୍ଦ୍ରର ଭାଙ୍ଗିଯାଇଥିବା ପାଚେରି ନିର୍ମାଣ, ଖରାପ ହୋଇପଡିଥିବା ନଳକୂପ ମରାମତି ଏବଂ ଦୀର୍ଘ ୩ବର୍ଷ ତଳୁ ଦେଢକୋଟି ଟଙ୍କା ବିନିମୟରେ ନିର୍ମାଣ ହୋଇସାରିଥିବା ଷ୍ଟାଫ୍‌ କ୍ୱାର୍ଟରକୁ ଡାକ୍ତର ଓ ଷ୍ଟାଫ୍‌ଙ୍କୁ ଯୋଗାଇ ଦିଆଯିବା ଭଳି ବିଧାୟକ ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପ୍ରତିଶ୍ରୁତିକୁ ଦେଢ଼ବର୍ଷ ପୂରିବାକୁ ବସିଥିବାବେଳେ ପ୍ରଣବ ପ୍ରକାଶ ଦାସ ପୁଣିଥରେ ମଧ୍ୟ ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି। ହେଲେ ଏଯାବତ୍‌ ଉକ୍ତ ପ୍ରତିଶ୍ରୁତି ପୂରଣ ହୋଇପାରି ନାହିଁ। ଯାହାକି ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ କ୍ଷୋଭ ସୃଷ୍ଟି କରିଛି। ଦୈନିକ ୩ ଜିଲାରୁ ୫ଶହରୁ ଊର୍ଦ୍ଧ୍ୱ ରୋଗୀ ଏଠାକୁ ଚିକିସତ୍ା ଲାଗି ଆସୁଥିବାବେଳେ ଚିକିସତ୍ା ତ ମିଳୁଛି, ମାତ୍ର ଏଠାରେ ଚିକିସତ୍ାସହ ଆନୁସଙ୍ଗିକ ଆମ୍ବୁଲାନ୍ସ ସେବା ଏବଂ ଏସି ନ ଥିବା କାରଣରୁ ରୋଗୀଙ୍କୁ ନାହଁି ନ ଥିବା ଦୁର୍ଦ୍ଦଶା ଭୋଗିବାକୁ ପଡୁଥିବା ଜଣାଯାଇଛି। ଏନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଉମାକାନ୍ତ ମଲ୍ଲ୍‌ିକ୍‌ଙ୍କୁ ପଚାରିବାରେ, ଘଟଣା ସମ୍ପର୍କରେ ସେ ବିଧାୟକ ଦାସଙ୍କୁ ଚିଠି କରିଛନ୍ତି, ଖୁବ୍‌ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ବିଧାୟକ କହିଥିବା ପ୍ରକାଶ କରିଛନ୍ତି।
ଫଟୋ-


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri