Categories: ଖେଳ

ମଙ୍କି କମେଣ୍ଟ କରିଥିବା ଫ୍ୟାନଙ୍କୁ ଆଜୀବନ ବାସନ୍ଦାଦେଶ ଦାବି କଲେ ଓଲେ ଗୁନ୍ନର

ମାଞ୍ଚେଷ୍ଟର,୮।୧୨(ଏଏଫ୍‌ପି)- ଏଠାରେ ପ୍ରିମିୟର ଲିଗ୍‌ରେ ଅନୁଷ୍ଠିତ ମ୍ୟାଚ୍‌ରେ ମାଞ୍ଚେଷ୍ଟର ୟୁନାଇଟେଡ୍‌ ୨-୧ ଗୋଲରେ ଡିଫେଣ୍ଡିଂ ଚାମ୍ପିୟନ ମାଞ୍ଚେଷ୍ଟର ସିଟିକୁ ହରାଇ ଦେଇଛି। ମାତ୍ର ଏହି ମ୍ୟାଚ୍‌ରେ ଜଣେ ଫ୍ୟାନ ବିଜୟୀ ଦଳର ବ୍ରାଜିଲିଆନ ମିଡ୍‌ଫିଲ୍ଡର ଫ୍ରେଡଙ୍କ ପ୍ରତି ମଙ୍କି ମଙ୍କି କମେଣ୍ଟ କରି ବର୍ଣ୍ଣବୈଷମ୍ୟ ଭେଦଭାବ କରିଛନ୍ତି। ଏହି ଭେଦଭାବ ଦ୍ୱାରା ଫ୍ରେଡ ଓ ଦଳୀୟ ସାଥି ଖେଳାଳି ଜେସି ଲିଙ୍ଗାର୍ଡ ପ୍ରଭାବିତ ହୋଇଛନ୍ତି। ଉକ୍ତ ଫ୍ୟାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମାଞ୍ଚେଷ୍ଟର ୟୁନାଇଟେଡ ମୁଖ୍ୟକୋଚ୍‌ ଓଲେ ଗୁନ୍ନର ସୋଲଜାର। କ୍ୟାମେରାରେ ଧରା ପଡ଼ିଥିବା ଉକ୍ତ ଫ୍ୟାନଙ୍କୁ ଫୁଟବଲ ଷ୍ଟାଡିୟମରୁ ଆଜୀବନ ବାସନ୍ଦ କରିବାକୁ ସେ ଦାବି କରିଛନ୍ତି। ଉଲ୍ଲେଖଥାଉ କି, ମ୍ୟାଚ୍‌ରେ ଫ୍ରେଡ କର୍ନର ଶଟ ନେବାକୁ ପ୍ରସ୍ତୁତ ହେଉଥିବାବେଳେ ଫ୍ୟାନମାନେ ମଙ୍କି ମଙ୍କି କମେଣ୍ଟ କରିବା ସହ କିଛି ଫୋପାଡି ଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।

Share