ମକର ସଂକ୍ରାନ୍ତି: ଗଙ୍ଗାସାଗରରେ ବୁଡ଼ ପକାଇଲେ ଶଙ୍କରାଚାର୍ଯ୍ୟ

ଭୋଗରାଇ,୧୫।୧(ଡି.ଏନ୍‌.ଏ.): ପଶ୍ଚିମବଙ୍ଗ ସାଗରଦ୍ୱୀପର ଗଙ୍ଗା ଓ ସାଗର ସଙ୍ଗମସ୍ଥଳରେ ମକର ସଂକ୍ରାନ୍ତି ଅବସରରେ ବୁଧବାର ସକାଳେ ପୁରୀ ଗୋବର୍ଦ୍ଧନ ପୀଠର ମଠାଧୀଶ ଜଗଦ୍‌ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଗଙ୍ଗାସାଗରରେ ବୁଡ଼ ପକାଇଛନ୍ତି। ସେ ବୈଦିକରୀତିରେ ଗଙ୍ଗାମାତାଙ୍କୁ ପୂଜାର୍ଚ୍ଚନା କରିଥିଲେ। ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆରାଧନା କରି ସମସ୍ତଙ୍କର ମଙ୍ଗଳ କାମନା କରିଥିଲେ। ଆଦିତ୍ୟ ବାହିନୀ ସହିତ ବହୁ ଶ୍ରଦ୍ଧାଳୁ ଶଙ୍ଖ, ହୁଳହୁଳି, ଘଣ୍ଟା ବାଦ୍ୟରେ ଗୁରୁଜୀଙ୍କୁ ସମୁଦ୍ର ସ୍ନାନ ପାଇଁ ନେଇଥିଲେ l ଭାରତ ପ୍ରସିଦ୍ଧ ଏହି ମେଳାରେ ବୁଧବାର ନିଶୀ ବସାନରୁ ୪୫ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ କଡ଼ା ସୁରକ୍ଷା ମଧ୍ୟରେ ମକର ବୁଡ଼ ପକାଇଥିଲେ। କପିଳ ମୁନି ମନ୍ଦିରରେ ପୂଜାର୍ଚ୍ଚନା କରି ଘରବାହୁଡା଼ ହୋଇଛନ୍ତି।