ମକର ଲାଗି ଉତ୍ସବମୁଖର ‘ମା’ ବରୁଣେଇ ପୀଠ’

ଧାମନଗର,୧୪ା୧ – ଭଦ୍ରକ ଜିଲା ଧାମନଗର ବ୍ଲକ ଅସୁରାଳିସ୍ଥିତ ଭଦ୍ରକ- ଆଖଣ୍ଡଳମଣି ମୁଖ୍ୟ ରାସ୍ତାକଡରେ ରହିଛି ନେତ୍ରପୀଠ ମା’ ବରୁଣେଇଙ୍କ ପୀଠ। ଆଖଣ୍ଡଳମଣିଙ୍କ ପୀଠକୁ ଯିବା ବେଳେ ଏଠାରେ ଦୈନିକ ଶହ ଶହ ଗାଡି ମୋଟର ଅଟକି ପୂଜାର୍ଚ୍ଚନା କରି ଯାଇଥାନ୍ତି। ବିବାହ, ବ୍ରତ ପାଇଁ ଏଠାରେ ଥିବା କଲ୍ୟାଣ ମଣ୍ଡପର ଚାହିଦା ବଢିଯାଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମକରମେଳା ଲାଗି ଏହି ପୀଠ ଉତ୍ସବମୁଖର ହୋଇପଡିଛି। ଏହି ଉତ୍ସବ ଦୁଇଦିନ ଧରି ଧୁମଧାମ୍‌ରେ ପାଳନ କରାଯିବ। ଚଳିତବର୍ଷ ୧୫ତାରିଖଠାରୁ ଦୁଇଦିନିଆ ମକର ମେଳା ପାଇଁ ଚଣ୍ଡୀପାଠ, ବିଶ୍ୱଶାନ୍ତି ମହାଯଜ୍ଞ ଏବଂ ଖେଚୁଡି ପ୍ରସାଦସେବନ ନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା ହୋଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ଏଠାରେ ମା’ଙ୍କ ଆବିର୍ଭାବ ସମ୍ପର୍କରେ ବିଭିନ୍ନ ଜନଶ୍ରୁତି ଶୁଣିବାକୁ ମିଳେ। ପୂର୍ବରୁ ରାଜରାଜୁଡା ଶାସନ ସମୟରେ ଏହା ମୁଖ୍ୟ ରାସ୍ତା ଭାବେ ପରିଗଣିତ ହୋଇଆସୁଥିଲା। ଉକ୍ତ ସ୍ଥାନରେ ମା’ଙ୍କୁ ସାକ୍ଷୀ ରଖି ଲୋକେ ଯାତାୟାତ କରୁଥିଲେ। ୧୪୭୯ରୁ ୧୫୦୪ ପର୍ଯ୍ୟନ୍ତ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କ ଶାସନ ସମୟରେ ଖୋର୍ଦ୍ଧାଗଡଠାରୁ ଯାଜପୁର, ଧାମନଗର ଓ ଅସୁରାଳି ହୋଇ ରାଜ୍ୟର ଉତ୍ତର ଦିଗକୁ ସାମରିକ ବାହିନୀଙ୍କର ଯାତାୟାତ ରାସ୍ତା ଥିଲା। ଖୋର୍ଦ୍ଧାରୁ ମା’ ବରୁଣେଇଙ୍କର ଏକ ପ୍ରତିମୂର୍ତ୍ତି ସୈନ୍ୟମାନେ ସାଥିରେ ନେଇଯାଉଥିବାବେଳେ ଖୋର୍ଦ୍ଧାଗଡ ଉପରେ କଳାପାହାଡର ଆକ୍ରମଣ ଭୟରେ ଉକ୍ତ ରାସ୍ତାର ମଙ୍ଗଳପୁର ନିକଟ କପାଳୀ ନଦୀ କୂଳରେ ମୂର୍ତ୍ତିକୁ ଫିଙ୍ଗି ଦେଇ ପଳାଇ ଯାଇଥିଲେ। ଖାର୍ଜିକୋରୁଆ ଗ୍ରାମର ଜଣେ ମାଳୀଙ୍କୁ ସ୍ବପ୍ନାଦେଶ ପରେ ମା’ଙ୍କ ମୂର୍ତ୍ତି ଉଦ୍ଧାର କରାଯାଇ ପ୍ରତିଷ୍ଠା କରାଯାଇଥିଲା। ଶାସକ ରାଜା ଏବଂ ସୈନ୍ୟ ସାମନ୍ତଙ୍କ ରହଣି ସ୍ଥାନ ଯୋଗୁ ଉକ୍ତ ପୀଠକୁ ଲାଗି ରହିଥିବା ସ୍ଥାନ ଏବଂ ଗ୍ରାମର ନାମକରଣ ସ୍ବତନ୍ତ୍ର ରହିଛି। ହାତୀ ରହୁଥିବା ସ୍ଥାନର ନାମ ହାତିଆପଡା, ଅଶ୍ୱ ରହୁଥିବା ଗ୍ରାମର ନାମ ଅସୁରାଳି, ବନ୍ୟା ସମୟରେ ରହଣି ପାଇଁ ଏକ ଉଚ୍ଚପଡିଆରେ ସୈନ୍ୟସାମନ୍ତ ଆଶ୍ରୟ ପାଇଁ ଗ୍ରାମର ନାମ ଉଚ୍ଚପଦା ରହିଛି । ହାତିଆପଡା ଗ୍ରାମର ସ୍ବର୍ଗତ ଲୋକନାଥ ପଣ୍ଡା ମା’ଙ୍କ ପୀଠରେ ପୂଜା ଆରମ୍ଭ କରିଥିବା ବେଳେ ତାଙ୍କ ବଂଶଧରମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସେବା ପୂଜାରେ ନିୟୋଜିତ ହୋଇଆସୁଛନ୍ତି। ପୂର୍ବରୁ ବଣ ଜଙ୍ଗଲଘେରା ମୁଖ୍ୟ ରାସ୍ତାକଡରେ ମା’ଙ୍କ ପୂଜା ହୋଇଆସୁଥିବା ବେଳେ ପରବର୍ତ୍ତୀ ସମୟରେ ପୀଠର ଉନ୍ନତୀକରଣ କରାଯାଇଛି। ମା’ଙ୍କ ନୂତନ ମୂର୍ତ୍ତି ସ୍ଥାପନା, ମା’ଙ୍କ ସ୍ଥାୟୀ ମନ୍ଦିର, ବିଶାଳ ଯଜ୍ଞ ମଣ୍ଡପ, କଲ୍ୟାଣ ମଣ୍ଡପ, ଯାତ୍ରୀନିବାସ, ରାସ୍ତାକଡରେ ପାଚେରି, ସିଂହଦ୍ୱାର, ପୀଠ ଆଲୋକୀକରଣ ଆଦି କାର୍ଯ୍ୟ ଏବଂ ଉକ୍ତ ପୀଠର ନବକଳେବର ଆଦି କରାଯାଇଛି। ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କର ସମ୍ପୂର୍ଣ୍ଣ ପ୍ରୟାସରେ ନିର୍ମାଣ ହୋଇ ପୀଠ ପୂର୍ଣ୍ଣାଙ୍ଗ ହୋଇଥିବା କମିଟି ସଭାପତି ହେମେନ୍ଦ୍ର ସାହୁ କହିିଛନ୍ତିି। ଏବେ ମା’ଙ୍କ ପୀଠକୁ ଲାଗି ଏକ ଶିବମନ୍ଦିର ମଧ୍ୟ ସ୍ଥାପନା କରାଯାଉଥିବା ବେଳେ ଲକ୍ଷ୍ମୀନାରାୟଣଙ୍କ ମନ୍ଦିର ନିର୍ମାଣ ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି ।

(ଅଜିତ ରାଉତ)


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍‌, ୧୦ ମିଟର ଦୂରରେ ଯାଇ…

ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧(କୈଳାଶ ଚନ୍ଦ୍ର ପଟନାୟକ ): ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ଫଳରେ ମଝି ଚିଲିକାରେ ୫୦ ଯାତ୍ରୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri