ମଉଲିକ୍‌ ସୁବିଧା ସୁଯୋଗରୁ ବଁଚିତ୍‌ ୨ ପଡ଼ାବାସୀ

କେସିଙ୍ଗା,୨୨।୪(ଡି.ଏନ.ଏ.):  କେସିଙ୍ଗା ଏନ୍‌.ଏ.ସି. ୮ ନମ୍ବର ଓ୍ବାର୍ଡର ଯାଦବ ଆର ହରିଜନ ପଡ଼ାବାସୀ ମଉଲିକ ସୁବିଧାରୁ ବଁଚିତ ହେଉଥିବାର ଅଭିଯୋଗ ହେଇଛେ। ୮ ନମ୍ବର ଓ୍ବାର୍ଡର ନ୍ୟୁ ଲାଇଫ୍‌ ସ୍କୁଲ ପାସେ ଥିବାର ହରିଜନ ପଡ଼ାରେ ପାଖାପାଖି ୩୦ ପରିବାରର ୨୫୦ ଲୋକ୍‌ ରହୁଛନ୍‌। ପଡ଼ାବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ୨ଟା ନଲ୍‌ଚୁଆଁ ରହିଛେ। ହେଲେ ନଲ୍‌ଚୁଆଁ ୨ଟା ପଡ଼ାବାସୀକର ଶୋଷ ମେଟେଇ ନାଇଁ ପାରବାର। ଏହେଦେ ମୁଡ଼ଫଟା ଖରା ତାତିରେ ନଲ୍‌ଚୁଆଁର ପାଏନ୍‌ ବି ତଲକେ ଖସି ଯାଇଛେ। ନଲ୍‌ଚୁଆଁରୁ ଯେନ୍‌ ହିସାବେ ପାଏନ୍‌ ବାହାରବାର କଥା ନାଇଁ ବାହାରବାର। ଯେନ୍‌ଥିରଲାଗି ପଡ଼ାବାସୀ ପିଇଲା ପାଏନ୍‌ ଲାଗି ଡହକ୍‌ବିକଲ ହେଉଛନ୍‌। ସେନ୍‌ତା ଯାଦବ ପଡ଼ାରେ ପାଖାପାଖି ୩୫ ପରିବାର ବାସ୍‌ କରୁଛନ୍‌। ହେଲେ ଦୁଖର କଥା ବହୁତ୍‌ ବଛର ହେଲା ପଡ଼ାରେ ରାଏତ୍‌ ବେଲା ବିଦ୍ୟୁତ୍‌ ରହୁଥିଲାବେଲେ ଦିନ୍‌ବେଲା ପୂରାପୂରି ବିଦ୍ୟୁତ୍‌ କାଟ୍‌ ହେଉଛେ। ଯେନ୍‌ଥିରଲାଗି ପଡ଼ାବାସୀ ଇ ଖରା ଝାଉରେ ବଡ଼ା ଗୁଲଗୁଲା ହେଉଛନ୍‌। ବଡ଼ଭାଗି ବୁଢ଼ାବୁଢ଼ି, ଛୁଆପୁତା, ରୁଗୀମାନେ ଡହକ୍‌ବିକଲ ହେଉଥିବାର ଦେଖ୍‌ବାକେ ମିଲୁଛେ। ଇ ବାବ୍‌ଦେ ପଡ଼ାବାସୀ ଏନ୍‌ଏସି କତୁରପକ୍ଷକୁଁ ଜନେଇ ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ଇଆଡ଼େ ଉଭଏ ପଡ଼ାବାସୀ ରାସ୍‌ତା, ବିଦ୍ୟୁତ୍‌, ପିଇଲା ପାଏନ୍‌ ଲେଖେଁ ମଉଲିକ୍‌ ସୁବିଧାରୁ ବଁଚିତ୍‌ ହେଇ ରହୁଛନ୍‌। ଯାଦବ ପଡ଼ାରେ ଗୁଟେ ନଲ୍‌ଚୁଆଁ ଥିଲାବେଲେ ପଡ଼ାବାସୀ ପିଇଲା ପାଏନ୍‌ ଲାଗି ତାର ଉପରେ ନିରଭର କରି ଚଲୁଛନ୍‌। ବହୁତ୍‌ ସମିଆରେ ପାଏନ୍‌ ନେବାର ଲାଗି ନଲ୍‌ଚୁଆଁ ଆଘେ ଲୁକ୍‌କର ଲମ୍‌ବା ଲାଇନ୍‌ ଦେଖ୍‌ବାକେ ମିଲୁଛେ। ସେନ୍‌ତା ପଡ଼ାର ରାସ୍‌ତାଘାଟ କଂକ୍ରିଟ ନାଇଁ ହେଇଥିବାର ଲାଗି ବର୍ଷା ଦିନେ ପଡ଼ାବାସୀ ବଡ଼ା ହଇରାନ୍‌ ହରକତ୍‌ ହେଉଛନ୍‌। ପିଏଚ୍‌ଡି ବିଭାଗର ପାଇପ୍‌ ଲାଇନ୍‌ ଯାଦବପଡ଼ା ଦେଇ ଯାଇଛେ। ହେଲେ ଆଶିରିଯ୍‌ର କଥା ପଡ଼ାର କାହାକେ ପାଏନ୍‌ ପାଇପ୍‌ ସଂଯୋଗ ନାଇଁ ଦିଆଯାଇ। ବିଦ୍ୟୁତ୍‌ ସମସିଆ ବାବ୍‌ଦେ ଥାନୀୟ ବିଭାଗୀୟ ଏସ୍‌ଡିଓ ମନୋରଞ୍ଜନ ମାଟିକୁଁ ପଚରାଲାରୁ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ଖୁଁଟା, ତାର ଟନା କାମ୍‌ ପୂରା ହେଇଛେ। ନିରବାଚନ ଲାଗି କାମ୍‌ ବଁଦ୍‌ ରହିଥିଲା। ଆଏବାର ୨୫ ତାରିଖ୍‌ ଭିତରେ ବିଦ୍ୟୁତ୍‌ ସଂଯୋଗ ଦିଆଯିବା ବଲି ସେ କହିଥିଲେ। ପଡ଼ାର ପାଏନ୍‌ ସମସିଆ ବାବ୍‌ଦେ ପିଏଚ୍‌ଡି ଅତିରିକ୍ତ ଯନ୍ତ୍ରୀ ଦୀପଙ୍କର ବିଶ୍ୱାସକୁଁ ପଚରାଲାରୁ ପଡ଼ାର ଝନେ ବି ପାଏନ୍‌ ପାଇପ୍‌ ସଂଯୋଗ ଲାଗି ଆବେଦନ ନାଇଁକରି। ଆବେଦନ କଲେ ନିହାତି ସଂଯୋଗ ଦିଆଯିବା ବଲି ସେ କହିଥିଲେ। ସେନ୍‌ତା ଉଭଏ ପଡ଼ାବାସୀକର ସମସିଆ ବାବ୍‌ଦେ ଏନ୍‌ଏସି ନିର୍ବାହୀ ଅଧ୍‌କାରୀ ବିଶ୍ୱମ୍ବର ମିଶ୍ରକୁଁ ପଚରାଲାରୁ ଘଟନାର ତଦଁତ୍‌ କରି ସମସିଆର ସମାଧାନ କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ବିନା ଶୋଭାଯାତ୍ରାରେ ହେଲା ହନୁମାନ ଜୟନ୍ତୀ: ଆଳତି କଲେ ଧର୍ମେନ୍ଦ୍ର

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର): ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିନା ଶୋଭାଯାତ୍ରାରେ ସମ୍ବଲପୁର ସହରରେ ରବିବାର ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଛି। ଗତବର୍ଷର ହନୁମାନ...

ଆମଦାନୀ ନେତାଙ୍କୁ ଭରସା କରିଚାଲିଛି ବିଜେଡି

ସମ୍ବଲପୁର,୧୪।୪ (ଭବାନୀ ଶଙ୍କର ଭୋଇ)ସମ୍ବଲପୁର ଜିଲାର କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ଏହି କ୍ଷେତ୍ରରେ ବିଜେଡି ଆମଦାନୀ...

ବିନା ଶୋଭାଯାତ୍ରାରେ ହେବ ହନୁମାନ ଜୟନ୍ତୀ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରରେ ରବିବାର ହନୁମାନ ଜୟନ୍ତୀ ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ପ୍ରଶାସନିକ କଟକଣା ହେତୁ ବିନା ଶୋଭାଯାତ୍ରାରେ ଉତ୍ସବ...

ଆଜିଠୁ ସମଲେଇ ମନ୍ଦିରରେ ମାଦକଦ୍ରବ୍ୟ ନିଷେଧ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଇଙ୍କ ପୀଠରେ ମାଦକ ଦ୍ରବ୍ୟ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି। ମନ୍ଦିର ଟ୍ରଷ୍ଟବୋର୍ଡର ନିଷ୍ପତ୍ତି ଅନୁସାରେ ପୀଠ...

ବିଜେଡି ଗୋଷ୍ଠୀ କନ୍ଦଳ ଟାଳିବାକୁ ପ୍ରସନ୍ନ କାର୍ଡ

ସମ୍ବଲପୁର,୧୩ା୪(ପ୍ରମୋଦ ବହିଦାର), ଭୁବନେଶ୍ୱର(ଅନିଲ ଦାସ): ବିଜେଡି ଗୁରୁବାର ସମ୍ବଲପୁର ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ରେଢ଼ାଖୋଲ ଓ ସମ୍ବଲପୁର ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri