ମଉଲିକ୍‌ ସୁବିଧା ସୁଯୋଗରୁ ବଁଚିତ୍‌ ୨ ପଡ଼ାବାସୀ

କେସିଙ୍ଗା,୨୨।୪(ଡି.ଏନ.ଏ.):  କେସିଙ୍ଗା ଏନ୍‌.ଏ.ସି. ୮ ନମ୍ବର ଓ୍ବାର୍ଡର ଯାଦବ ଆର ହରିଜନ ପଡ଼ାବାସୀ ମଉଲିକ ସୁବିଧାରୁ ବଁଚିତ ହେଉଥିବାର ଅଭିଯୋଗ ହେଇଛେ। ୮ ନମ୍ବର ଓ୍ବାର୍ଡର ନ୍ୟୁ ଲାଇଫ୍‌ ସ୍କୁଲ ପାସେ ଥିବାର ହରିଜନ ପଡ଼ାରେ ପାଖାପାଖି ୩୦ ପରିବାରର ୨୫୦ ଲୋକ୍‌ ରହୁଛନ୍‌। ପଡ଼ାବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ୨ଟା ନଲ୍‌ଚୁଆଁ ରହିଛେ। ହେଲେ ନଲ୍‌ଚୁଆଁ ୨ଟା ପଡ଼ାବାସୀକର ଶୋଷ ମେଟେଇ ନାଇଁ ପାରବାର। ଏହେଦେ ମୁଡ଼ଫଟା ଖରା ତାତିରେ ନଲ୍‌ଚୁଆଁର ପାଏନ୍‌ ବି ତଲକେ ଖସି ଯାଇଛେ। ନଲ୍‌ଚୁଆଁରୁ ଯେନ୍‌ ହିସାବେ ପାଏନ୍‌ ବାହାରବାର କଥା ନାଇଁ ବାହାରବାର। ଯେନ୍‌ଥିରଲାଗି ପଡ଼ାବାସୀ ପିଇଲା ପାଏନ୍‌ ଲାଗି ଡହକ୍‌ବିକଲ ହେଉଛନ୍‌। ସେନ୍‌ତା ଯାଦବ ପଡ଼ାରେ ପାଖାପାଖି ୩୫ ପରିବାର ବାସ୍‌ କରୁଛନ୍‌। ହେଲେ ଦୁଖର କଥା ବହୁତ୍‌ ବଛର ହେଲା ପଡ଼ାରେ ରାଏତ୍‌ ବେଲା ବିଦ୍ୟୁତ୍‌ ରହୁଥିଲାବେଲେ ଦିନ୍‌ବେଲା ପୂରାପୂରି ବିଦ୍ୟୁତ୍‌ କାଟ୍‌ ହେଉଛେ। ଯେନ୍‌ଥିରଲାଗି ପଡ଼ାବାସୀ ଇ ଖରା ଝାଉରେ ବଡ଼ା ଗୁଲଗୁଲା ହେଉଛନ୍‌। ବଡ଼ଭାଗି ବୁଢ଼ାବୁଢ଼ି, ଛୁଆପୁତା, ରୁଗୀମାନେ ଡହକ୍‌ବିକଲ ହେଉଥିବାର ଦେଖ୍‌ବାକେ ମିଲୁଛେ। ଇ ବାବ୍‌ଦେ ପଡ଼ାବାସୀ ଏନ୍‌ଏସି କତୁରପକ୍ଷକୁଁ ଜନେଇ ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ଇଆଡ଼େ ଉଭଏ ପଡ଼ାବାସୀ ରାସ୍‌ତା, ବିଦ୍ୟୁତ୍‌, ପିଇଲା ପାଏନ୍‌ ଲେଖେଁ ମଉଲିକ୍‌ ସୁବିଧାରୁ ବଁଚିତ୍‌ ହେଇ ରହୁଛନ୍‌। ଯାଦବ ପଡ଼ାରେ ଗୁଟେ ନଲ୍‌ଚୁଆଁ ଥିଲାବେଲେ ପଡ଼ାବାସୀ ପିଇଲା ପାଏନ୍‌ ଲାଗି ତାର ଉପରେ ନିରଭର କରି ଚଲୁଛନ୍‌। ବହୁତ୍‌ ସମିଆରେ ପାଏନ୍‌ ନେବାର ଲାଗି ନଲ୍‌ଚୁଆଁ ଆଘେ ଲୁକ୍‌କର ଲମ୍‌ବା ଲାଇନ୍‌ ଦେଖ୍‌ବାକେ ମିଲୁଛେ। ସେନ୍‌ତା ପଡ଼ାର ରାସ୍‌ତାଘାଟ କଂକ୍ରିଟ ନାଇଁ ହେଇଥିବାର ଲାଗି ବର୍ଷା ଦିନେ ପଡ଼ାବାସୀ ବଡ଼ା ହଇରାନ୍‌ ହରକତ୍‌ ହେଉଛନ୍‌। ପିଏଚ୍‌ଡି ବିଭାଗର ପାଇପ୍‌ ଲାଇନ୍‌ ଯାଦବପଡ଼ା ଦେଇ ଯାଇଛେ। ହେଲେ ଆଶିରିଯ୍‌ର କଥା ପଡ଼ାର କାହାକେ ପାଏନ୍‌ ପାଇପ୍‌ ସଂଯୋଗ ନାଇଁ ଦିଆଯାଇ। ବିଦ୍ୟୁତ୍‌ ସମସିଆ ବାବ୍‌ଦେ ଥାନୀୟ ବିଭାଗୀୟ ଏସ୍‌ଡିଓ ମନୋରଞ୍ଜନ ମାଟିକୁଁ ପଚରାଲାରୁ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ଖୁଁଟା, ତାର ଟନା କାମ୍‌ ପୂରା ହେଇଛେ। ନିରବାଚନ ଲାଗି କାମ୍‌ ବଁଦ୍‌ ରହିଥିଲା। ଆଏବାର ୨୫ ତାରିଖ୍‌ ଭିତରେ ବିଦ୍ୟୁତ୍‌ ସଂଯୋଗ ଦିଆଯିବା ବଲି ସେ କହିଥିଲେ। ପଡ଼ାର ପାଏନ୍‌ ସମସିଆ ବାବ୍‌ଦେ ପିଏଚ୍‌ଡି ଅତିରିକ୍ତ ଯନ୍ତ୍ରୀ ଦୀପଙ୍କର ବିଶ୍ୱାସକୁଁ ପଚରାଲାରୁ ପଡ଼ାର ଝନେ ବି ପାଏନ୍‌ ପାଇପ୍‌ ସଂଯୋଗ ଲାଗି ଆବେଦନ ନାଇଁକରି। ଆବେଦନ କଲେ ନିହାତି ସଂଯୋଗ ଦିଆଯିବା ବଲି ସେ କହିଥିଲେ। ସେନ୍‌ତା ଉଭଏ ପଡ଼ାବାସୀକର ସମସିଆ ବାବ୍‌ଦେ ଏନ୍‌ଏସି ନିର୍ବାହୀ ଅଧ୍‌କାରୀ ବିଶ୍ୱମ୍ବର ମିଶ୍ରକୁଁ ପଚରାଲାରୁ ଘଟନାର ତଦଁତ୍‌ କରି ସମସିଆର ସମାଧାନ କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜମନକିରାରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

ଜମନକିରା,୧୪।୭(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ସଦର ମହକୁମା ଅନ୍ତର୍ଗତ ରାଧାକୃଷ୍ଣପଡ଼ା ଅଞ୍ଚଳରେ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପୋଖରୀରେ ବୁଡ଼ି…

ଘରେ ଝିଅକୁ ସ୍ତନ୍ୟପାନ କରାଉଥିଲେ ମା’: ମାଡ଼ିଗଲା ଟ୍ରକ୍‌, ଆଉ ତା’ପରେ ଯାହା ଘଟିଲା…

ସମ୍ବଲପୁର,୧୪।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ସଦର ଥାନା ଅନ୍ତର୍ଗତ ବାରିବନ୍ଧ ନିକଟ ଜାତୀୟ ରାଜପଥ(୫୩)ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ବାରିବନ୍ଦ…

ସମ୍ବଲପୁର କୋର୍ଟକୁ ତୃତୀୟ ଥର ପାଇଁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଓକିଲଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ସମ୍ବଲପୁର,୧୩।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କୋର୍ଟକୁ ପୁଣି ଥରେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ତୃତୀୟ ଥର ପାଇଁ ଏଭଳି ଧମକପୂର୍ଣ୍ଣ ମେଲ ଆସିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri