Categories: ଜାତୀୟ

ମଇଁଷି ଶିଙ୍ଘରେ ତେଲ ମାଲିସ୍‌ ପାଇଁ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ଲାଲୁ

ନୂଆଦିଲ୍ଲୀ, ୨୮।୭: ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡାଦେଶ ଭୋଗୁଥିବା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି। କେବଳ ମଇଁଷି ଶିଙ୍ଘରେ ତେଲ ମାଲିସ୍‌ ପାଇଁ ଲାଲୁ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ବୋଲି ବିହାର ସରକାର ବିଧାନସଭାରେ ଖୁଲାସା କରିଛନ୍ତି। ଏହି ମାଲିସ୍‌ ପାଇଁ ପାଞ୍ଚ ବର୍ଷ(୧୯୯୦-୯୧ରୁ ୧୯୯୫-୯୬) ଭିତରେ ୧୬ ଲକ୍ଷ ଟଙ୍କାରେ ସୋରିଷ ତେଲ କିଣାଯାଇଥିଲା ବୋଲି ଜଣାପଡିଛି। ଏହି ସମୟରେ ମଇଁଷି ଶିଙ୍ଘ ମାଲିସ୍‌ ପାଇଁ ୪୯ ହଜାର ୯୫୦ ଲିଟର ସୋରିଷ ତେଲ ଅଣାଯାଇଥିଲା ବ୍ୟୟ ବିଧେୟକ ୨୦୧୯ ରିପୋର୍ଟରେ କୁହାଯାଇଛି।

Share