ଭୟ ବଢ଼ାଉଛନ୍ତି ଅମାନିଆ: ସହରରେ ବୁଲିବୁଲି ଯାଞ୍ଚ କଲେ ଜିଲାପାଳ

ଢେଙ୍କାନାଳ ଅଫିସ, ୨୫।୪ – କୋଭିଡ୍‌-୧୯ ଭୂତାଣୁ ଠାବ ହୋଇଥିବା ଏକମାତ୍ର ରୋଗୀ ସୁସ୍ଥ ହୋଇ ଫେରିବା ପରେ କରୋନା ମୁକ୍ତ ହୋଇଛି ଢେଙ୍କାନାଳ ଜିଲା। ଏପ୍ରିଲ ୯ ତାରିଖ ପରଠାରୁ ଆଉ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିନାହିଁ। ତଥାପି ବିପଦ ସମ୍ପୂର୍ଣ୍ଣ ଟଳିନାହିଁ। ସୀମାନ୍ତ ଯାଜପୁର ଜିଲାରେ କରୋନା ପ୍ରକୋପ ବଢୁଥିବାବେଳେ ସାମାନ୍ୟ ଅବହେଳା ଏଯାଏ ଗ୍ରହଣ କରାଯାଇଥିବା ସମସ୍ତ ସତର୍କତାମୂଳକ ପଦକ୍ଷେପକୁ ମାଟିରେ ମିଶାଇଦେଇପାରେ। ଏହାକୁ ହୃଦୟଙ୍ଗମ କରିଛି ଜିଲା ପ୍ରଶାସନ। ହେଲେ କେତେଜଣ ଅମାନିଆଙ୍କ ଲାଗି ଚିନ୍ତା ବଢ଼ୁଛି। ବାରମ୍ବାର ସଚେତନ କରାଯିବା ସତ୍ତ୍ୱେ ସେମାନେ ଖୋଲାମେଲାରେ ବୁଲୁଛନ୍ତି। ଏପରି ନିୟମ ଭଙ୍ଗକାରୀଙ୍କୁ ସାବାଡ଼ କରିବାକୁ ଆକ୍ସନ୍‌ ମୁଡ୍‌କୁ ଆସିଛନ୍ତି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା। ଶୁକ୍ରବାର ପୂର୍ବାହ୍ନରେ ଜିଲାପାଳ ସ୍ଥାନୀୟ କୁଞ୍ଜସାହୁ ଛକରେ ପହଞ୍ଚତ୍ ସେଠାରୁ ପାଦରେ ଚାଲିଚାଲି ଲକ୍‌ଡାଉନ୍‌ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ଲୋକଙ୍କୁ ସଚେତନ କରାଇଥିଲେ। ଏଥିସହ ଅଯଥାରେ ବାଇକ୍‌ରେ ବୁଲୁଥିବା ଲୋକଙ୍କୁ ତାଗିଦ୍‌ କରିଥିଲେ। ଏକାଧିକ ଆରୋହୀ ଯାଉଥିବା ବାଇକ୍‌କୁ ଅଟକାଇ ଜରିମାନା ଆଦାୟ କରାଯାଇଥିଲା। ମାସ୍କ ବ୍ୟବହାର, ସାମଗ୍ରୀ କିଣାକିଣି ସମୟରେ ସାମାଜିକ ଦୂରତ୍ୱ ରଖିବା, ବାରମ୍ବାର ସାବୁନରେ ହାତ ଧୋଇବା, ପରିଚ୍ଛନ୍ନ ପ୍ରତି ଗୁରୁତ୍ୱ ଦେବା, ବିନା କାରଣରେ ଘରୁ ନ ବାହାରିବା, ବାଇକ୍‌ରେ ଦୁଇଜଣ ବସି ନ ଯିବା ପାଇଁ ଜିଲାପାଳ ସହରବାସୀଙ୍କୁ ନିବେଦନ କରିଛନ୍ତି। ତହସିଲଦାର ଲକ୍ଷ୍ମୀଧର ରାଉତ, ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ଟାଉନ ଥାନାଧିକାରୀ ଜ୍ଞାନରଞ୍ଜନ ସାମଲ ପ୍ରମୁଖ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଏ ସମ୍ପର୍କରେ ଜିଲାପାଳ କୁହନ୍ତି, ସହରର ୯୦% ଲୋକ ଲକ୍‌ଡାଉନ୍‌ ନିୟମକୁ ମାନୁଛନ୍ତି। ସହଯୋଗ ମଧ୍ୟ କରୁଛନ୍ତି। ହେଲେ ୧୦% ଅମାନିଆଙ୍କ ଲାଗି ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି। ପଡ଼ୋଶୀ ଜିଲାରେ କରୋନା ପ୍ରକୋପ ବଢୁଥିବାବେଳେ ସରକାରୀ ଗାଇଡ୍‌ଲାଇନ ପାଳନ କରିବାକୁ ସଚେତନ କରାଯାଉଛି। ଆଇନ ଭଙ୍ଗ ହେଉଥିବା ଜଣାପଡ଼ିଲେ ଜରିମାନା ସହ ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri