ଭୟ-ଆତଙ୍କ ସ୍ଥିତିରେ ‘ଆଶାର ଗୀତ’ ଗାଇ କରୋନା ସହିତ ଲଢ଼େଇ ପାଇଁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି ଡାକ୍ତର: ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୨୮।୪: ଦେଶରେ କରୋନା ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସହିତ ମାର୍ଗଦର୍ଶିକା ଜାରି କରାଯାଇଛି। ତେବେ ବି ଲୋକେ କରୋନ ସଂକ୍ରମଣ ନେଇ ଭୟଭୀତ ଏବଂ ଆତଙ୍କିତ ହୋଇ ପଡ଼ିଛନ୍ତି। ଲୋକଙ୍କ ମଧ୍ୟରେ କରୋନା ସହିତ ଲଢ଼େଇ ପାଇଁ ଉତ୍ସାହ ଜଗାଇବା ଲାଗି ଦେଶବ୍ୟାପୀ ୬୦ ଡାକ୍ତର ଉଦ୍ୟମ ଆରମ୍ଭ କରିଛନ୍ତି। ସେମାନେ ‘ଆଶାର ଗୀତ’ ନାମକ ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଶେୟାର କରିଛନ୍ତି। ୪ ମିନିଟ୍‌ ୩୨ ସେକେଣ୍ଡର ଏହି ଟିକ୍‌ଟକ୍‌ ଭିଡ଼ିରେ ଡାକ୍ତରମାନେ ଗୀତ ଗାଇ ନାଚିନାଚି କରୋନାକୁ ଭୟ ନ କରି ତା ସହିତ ଲଢ଼େଇ କରିବାକୁ ଲୋକଙ୍କୁ ସଚେତନ କରୁଥିବାର ଦେଖିବାକୁ ମିଳୁଛି। ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓକୁ ରାହୁଲ କେଡ଼ିଆ ଏବଂ ଭବେଶ ସୋଲାଙ୍କି ଏଡିଟ୍‌ କରିଛନ୍ତି। ଭିଡ଼ିଓରେ ଦିଲ୍ଲୀ, ମୁମ୍ବାଇ, ପୁଣେ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ନାଗପୁର, କନ୍ୟାକୁମାରୀ, ସୁରଟ, ଇନ୍ଦୋର ଏବଂ ଦେଶର ଅନ୍ୟ ସହରର ଡାକ୍ତର ଅଭିନୟ କରିଛନ୍ତି।

Share