ଭୟଭୀତ ପାକିସ୍ତାନ: ଲଦାଖ ନିକଟରେ ମୁତୟନ କଲାଣି ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୧୨।୮: ଜମ୍ମୁ-କଶ୍ମୀରକୁ ନେଇ ଭାରତ ଯେଉଁ ନିଷ୍ପତ୍ତି ନେଇଛି ସେଥିରେ ବ୍ୟତିବ୍ୟସ୍ତ ହୋଇପଡିଛି ପାକିସ୍ତାନ। ଏହାକୁ ନେଇ ପ୍ରତିଥର ସେ ଏମିତି କିଛି କାମ କରୁଛି ଯାହା ତା’ର ବ୍ୟସ୍ତତାକୁ ସ୍ପଷ୍ଟଭାବେ ଦର୍ଶାଉଛି। ଏପର୍ଯ୍ୟନ୍ତ ଟ୍ରେନ୍‌ ଓ ବସ୍‌ ସେବା ବନ୍ଦ କରିଥିବା ପାକିସ୍ତାନ ଏବେ ପୁଣି ଏକ କୁଟନୀତି ପ୍ରୟୋଗ କରିବାକୁ ଯାଉଛି। ଲଦାଖ ନିକଟରେ ଥିବା ପାକିସ୍ତାନର ଏୟାରବେସ୍‌ରେ ଏବେ ସେ ଯୁଦ୍ଧ ବିମାନ ରଖିବା ଆରମ୍ଭ କରିଦେଇଛି। ଏଏନ୍‌ଆଇର ସୂଚନା ଅନୁଯାୟୀ ସୀମାରେ ମଧ୍ୟ ପାକିସ୍ତାନ ତା’ର ସେନା ସଂଖ୍ୟାରେ ବୃଦ୍ଧି କରିଛି। ଏପଟେ ଭାରତର ଗୁଇନ୍ଦା ବିଭାଗ ପାକିସ୍ତାନର ପ୍ରତିଟି କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବା ସହ ସବୁ ପରିସ୍ଥିତିର ସାମ୍ନା କରିବାକୁ ସେନା ପ୍ରସ୍ତୁତ ରହିଛି।

Share