ଭୟଙ୍କର ହେଉଛି ନେପାଳ ବନ୍ୟା ପରିସ୍ଥିତି: ବଢୁଛି ମୃତ୍ୟୁ ସଂଖ୍ୟା

କାଠମାଣ୍ଡୁ,୧୪।୭: ନେପାଳରେ ଲାଗି ରହିଥିବା ବର୍ଷାରେ ବନ୍ୟା ପରିସ୍ଥିତି ବେଳକୁ ବେଳ ଭୟଙ୍କର ରୂପ ଧାରଣ କରୁଛି। ବନ୍ୟା ଓ ଭୂସ୍ଖଳନ ଫଳରେ ଏବେସୁଦ୍ଧା ଏଠାରେ ୪୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ନିଖୋଜ ଅଛନ୍ତି ଓ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ପାଖାପଖି ୨୭ ହଜାର ୩୮୦ ପୋଲିସ କର୍ମୀ ନିୟୋଜିତ ହୋଇଥିବା ବେଳେ ଅନ୍ୟ ଉଦ୍ଧାରକାରୀ ଦଳ ମଧ୍ୟ ରହିଛନ୍ତି। ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Share