Categories: ଫୁରସତ

ଭ୍ରୂଲତା ପାଇଁ ପାଲଟିଲେ ଷ୍ଟାର

ନୂଆଦିଲ୍ଲୀ: ସୌନ୍ଦର୍ଯ୍ୟ ବଢାଇବା ପାଇଁ ମହିଳାମାନେ ସେମାନଙ୍କ ଭ୍ରୂଲତାକୁ ସ୍ବତନ୍ତ୍ରଭାବରେ ସଜାଇଥାନ୍ତି। ଏହି ଭ୍ରୂଲତା ପାଇଁ ଏବେ ସୋସିଆଲ୍‌ ମିଡିଆରେ ସେନସେସନ୍‌ ପାଲଟିଛନ୍ତି ଆଞ୍ଝେଲିକା ପ୍ରୋଟୋଡ୍ୟାକୋନୋଭା। ବିରାଟ ଭ୍ରୂଲତା ପେଣ୍ଟିଂ ନିମନ୍ତେ ଆଞ୍ଝେଲିକାଙ୍କ ଇନ୍‌ଷ୍ଟାଗ୍ରାମରେ ଲକ୍ଷ ଲକ୍ଷ ଫଲୋଅର୍‌ ଅଛନ୍ତି। ଋଷିଆର ୟାକୁତ୍‌ସ ଅଞ୍ଚଳର ଏହି ଯୁବତୀ ଜଣକ ଏକ ବିଶେଷ ଘଟଣା ପରେ ନିଜ ଭ୍ରୂଲତାକୁ ଏଭଳି ଢଙ୍ଗରେ ସଜାଇବା ଆରମ୍ଭ କରିଥିଲେ। ସେ ଥରେ ବସ୍‌ରେ ଯାଉଥିବା ବେଳେ ଜଣେ ବନ୍ଧୁ ତାଙ୍କର ଏକ ଫଟୋଉଠାଇ ତାକୁ ଅନ୍‌ଲାଇନ୍‌ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ତାଙ୍କ ଭ୍ରୂଲତାକୁ ଟିକେ ଅଧିକ କରି ଦେଖାଇଥିଲେ। କିଛିଦିନ ପରେ ସେ ଫ୍ୟାଶନ୍‌ ବ୍ଲଗରରେ ପରିଚିତି ହାସଲ କରିବାକୁ ଲାଗିଲେ। ଏହାପରେ ସେ ତାଙ୍କ ଭ୍ରୂଲତାକୁ ଅଧିକ ଆକାର ଦେଇ ଫଟୋ ପୋଷ୍ଟ କରିବାକୁ ଲାଗିଲେ ଏବଂ ଖୁବ୍‌ କମ୍‌ ଦିନରେ ସେ ଷ୍ଟାର ପାଲଟିଗଲେ। ଏବେ ତାଙ୍କର ଲୋକପ୍ରିୟତା ଏତେ ଅଧିକ ଯେ, ଋଷିଆର ବିଭିନ୍ନ ବିଜ୍ଞାପନ କମ୍ପାନୀ ତାଙ୍କୁ ସୁଯୋଗ ଦେବା ପାଇଁ ଅଫର ଦେଉଛନ୍ତି। ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ ଯୁବତୀ ଜଣକ ଏକ ଭିଡିଓ ଗେମ୍‌ ଆନ୍‌ଙ୍ଗ୍ରି ବାର୍ଡ ଦେଖିବା ପରେ ଏଭଳି ଭ୍ରୂଲତା ପ୍ରତି ଆକୃଷ୍ଟ ହୋଇଥିଲେ। ତେବେ ଆଞ୍ଝେଲିନା କହନ୍ତି ଯେ, ପ୍ରଥମେ ତାଙ୍କର ଏଭଳି ଭ୍ରୂଲତା ଥିବା ଫଟୋ ଯେତେବେଳେ ସୋସିଆଲ୍‌ ମିଡିଆରେ ଆସିଥିଲା ସେ ବହୁତ ଲଜ୍ଜା ଅନୁଭବ କରିଥିଲେ। କିନ୍ତୁ ପରେ ତାଙ୍କ ପ୍ରତି ଲୋକ ଆକର୍ଷିତ ହେଉଥିବା ଅନୁଭବ କରିଥିଲେ। ସେତେବେଳେ ନିଜ ଭ୍ରୂଲତାକୁ ଏଭଳି କରି ଇନ୍‌ଷ୍ଟାଗ୍ରାମ୍‌ରେ ସେ ଷ୍ଟାର୍‌ ପାଲଟି ଯାଇଥିଲେ।

Share