Categories: ଜାତୀୟ

ଭୋଟ ପାଇଁ ଏଏପି କାର୍ଯ୍ୟାଳୟରେ ପହଞ୍ଚିଲେ ଭାଜପା ବିଧାୟକ

ନୂଆଦିଲ୍ଲୀ, ୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ପ୍ରଚାର ଶେଷ ହେଉଛି। ଭୋଟରଙ୍କ ମନ ଜିଣିବା ପାଇଁ ଘର ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ। ଏସବୁ ଭିତରେ ଦିଲ୍ଲୀର ତିଳକନଗରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଏଠାରେ ନିର୍ବାଚନ ଲଢୁଥିବା ଭାଜପା ପ୍ରାର୍ଥୀ ତେଜେନ୍ଦ୍ରପାଲ ସିଂ ବଗ୍ଗା ଭୋଟ ମାଗିବା ପାଇଁ ଆମ ଆଦ୍‌ମୀ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଏଏପି ନେତାଙ୍କୁ ହାତ ଯୋଡି ତାଙ୍କୁ ସମର୍ଥନ ଦେବା ପାଇଁ କହିଥିଲେ। ହଠାତ୍‌ ଭାଜପା ପ୍ରାର୍ଥୀଙ୍କୁ ଏଏପି କାର୍ଯ୍ୟାଳୟ ଭିତରେ ପଶିବା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୂଚନାଯୋଗ୍ୟ, ତିଳକନଗର ବିଧାନସଭା ଆସନରୁ ଏଏପିର ରାଜକୁମାରୀ, ଭାଜପା ପକ୍ଷରୁ ବଗ୍ଗା, କଂଗ୍ରେସରୁ ସୁରେନ୍ଦ୍ର ସେଠୀ ନିର୍ବାଚନ ଲଢୁଛନ୍ତି।

Share